ଟି-୨୦ ବିଶ୍ୱକପ୍‌: ଇଂଲଣ୍ଡର ଟସ ଜିତି ବୋଲିଂ ନିଷ୍ପତ୍ତି

ମେଲବର୍ଣ୍ଣ: ଆଜି ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ । ପାକିସ୍ତାନ ଓ ଇଲଣ୍ଡ ମଧ୍ୟରେ ହେବ ଟକ୍କର । ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ସୁପର ସନ୍‌ଡେ’ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ହେବ ସୁପର ଫାଇଟ୍। ଏନେଇ ଜୋରଦାର ପ୍ରସ୍ତୁତି କରିଛନ୍ତି ଉଭୟ ଦଳ।

ଭାରତୀୟ ସମୟ ଦିନ ୧ଟା ୩୦ ମିନିଟରେ ମ୍ୟାଚ୍ ଖେଳାଯିବ। ଭାରତ ବାଦ ପଡ଼ି ସାରିଥିବାରୁ ଦର୍ଶକଙ୍କ ଉତ୍ସାହ ସାମାନ୍ୟ କମି ଯାଇଛି । ହେଲେ ପାକିସ୍ତାନ ଓ ଇଂଲଣ୍ଡର ସମର୍ଥକଙ୍କୁ ନେଇ ଫୁଲ ହୋଇସାରିଛି ମେଲବୋର୍ଣ୍ଣ ଗ୍ରାଉଣ଼୍ଡ।

ସଚନା ଥାଉକି, ୧୯୯୨ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା ଟକ୍କର । ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ପାକିସ୍ତାନ ଫାଇନାଲ ଜିତି ପ୍ରଥମ କରି ବିଶ୍ବକପ୍‌ ଚାମ୍ପିଅନ୍ ତାଲିକାରେ ନିଜ ନାଁକୁ ସାମିଲ କରିଥିଲା । ୩୦ ବର୍ଷ ପରେ ପୁଣି ଥରେ ଉଭୟ ଦଳ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଟାଇଟଲ ପାଇଁ ମୁହାମୁହିଁ ହେବାକୁ ଯାଉଛନ୍ତି ।

ଉଭୟ ଦଳର ଖେଳାଳି

ଇଂଲଣ୍ଡ: ଜସ୍ ବଟଲର(ଅଧିନାୟକ), ଆଲେକ୍ସ ହେଲ୍ସ, ଫିଲ ସଲ୍ଟ, ବେନ୍ ଷ୍ଟୋକ୍ସ, ହ୍ୟାରୀ ବ୍ରୁକ, ଲାଏମ୍ ଲିଭିଙ୍ଗଷ୍ଟୋନ, ମୋଇନ ଅଲି, ସାମ୍ କରାନ୍, କ୍ରିସ୍‌ ୱକ୍ସ, କ୍ରିସ୍ ଜୋର୍ଡାନ, ଆଦିଲ ରସିଦ୍ ।
ପାକିସ୍ତାନ: ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ବାନ, ମହମ୍ମଦ ହ୍ୟାରିସ୍, ସାନ୍ ମାସୁଦ, ଇଫତିଖର ଅହମ୍ମଦ, ମହମ୍ମଦ ନଓ୍ବାଜ, ଶଦାବ ଖାନ, ମହମ୍ମଦ ଓ୍ବାସିମ, ନସିମ୍ ଶାହ, ହ୍ୟାରିସ୍ ରୌଫ, ସହିନ୍ ଆଫ୍ରିଦି ।

Related Posts