ଆନ୍ଧ୍ରରେ ଟିଡିପି,ଜେଏସ୍‌ପି ଓ ବିଜେପି ମେଣ୍ଟ; ୧୭+୬+୨ ରେ ଛିଡି଼ଲା ଆସନ ଅଙ୍କ

ଭୁବନେଶ୍ୱର,୯/୩(ସତ୍ୟପାଠ ବ୍ୟୁରୋ):   ଆନ୍ଧ୍ରପ୍ରଦେଶରେ ମେଣ୍ଟରେ ଲଢିବ ବିଜେପି। ଏଥର ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବ  ବିଜେପି। ଏଥିପାଇଁ ଆସନ ଭାଗବଣ୍ଟାକୁ ନେଇ ପ୍ରାୟ ଶେଷ ହୋଇଛି ବୁଝାମଣା। ଏଥର ‘୧୭+୬+୨’ ଫର୍ମୁଲାରେ ବିଜେପି ଆନ୍ଧ୍ରରେ ନିର୍ବାଚନ ଲଢ଼ିବ। ତେଲୁଗୁ ଦେଶମ ପାର୍ଟି(ଟିଡିପି) ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁ ଓ ଜନ ସେନା ପାର୍ଟି(ଜେଏସ୍‌ପି) ପ୍ରମୁଖ ପବନ କଲ୍ୟାଣ ନୂଆ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ମିଶି ଆଲୋଚନା କରିବା ପରେ ଏଭଳି କିଛି ଫର୍ମୁଲା ପ୍ରସ୍ତୁତ କରାଯାଇଥିବା କୁହାଯାଉଛି।

ସୂତ୍ର ଅନୁଯାୟୀ ବିଜେପି ଆନ୍ଧ୍ରପ୍ରଦେଶର ୬ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିପାରେ। ସେହିପରି ପବନ କଲ୍ୟାଣଙ୍କ ନେତୃତ୍ୱାଧୀନ ଜେଏସ୍‌ପି ୨ଟି ଓ ଟିଡିପି ଅନ୍ୟ ୧୭ଟି ଆସନରେ ନିର୍ବାଚନ ଲଢ଼ିବ। ଓ୍ୱାଇଜାଗ, ବିଜୟଓ୍ୱାଡା, ଅରାକୁ, ରାଜମପେଟ, ରାଜମୁନ୍ଦରୀ, ତିରୁପତିରେ ନିର୍ବାଚନ ଲଢ଼ିବାକୁ ବିଜେପି ଇଚ୍ଛା ଜାହିର କରିଛି।

Related Posts