ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ସରକାର ମାତ୍ର ୯୮ ଘଣ୍ଟାରେ ନିର୍ମାଣ କଲେ ୩୮ କିଲୋମିଟର ରାସ୍ତା । ତେବେ ରାଷ୍ଟ୍ରୀୟ ଉଚ୍ଚପଥ ଭାରତମାଳା ଯୋଜନାର ସଡକ ପରିଯୋଜନା କ୍ରମରେ ବିହାରର ରୋହିତାସ ଜିଲ୍ଲା କୋଚସ ପଡରିଆରୁ କୈମୁର ଜିଲ୍ଲା ମୋହନିଆ ପର୍ୟ୍ୟନ୍ତ ୩୮ କିଲୋମିଟର ଏକକ ରାଜପଥର ନିର୍ମାଣ ମାତ୍ର ୯୮ ଘଂଟା ମଧ୍ୟରେ ସମାପ୍ତ ହୋଇଛି । ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏଭଳି ଇତିହାସ ରଚିଛନ୍ତି ବିହାର ସରକାର । ସେପଟେ ବିହାର ସରକାର ରାଜ୍ୟ ବିକାଶର ମୁଖ୍ୟଧାର ଗମନା ଗମନ ସୁବିଧା କରିବା ଉପରେ ଜୋର ଦେଇଛନ୍ତି । ସରକାର ଅନୁମାନ କରିଛନ୍ତି କି ଯେତେଶୀଘ୍ର ଗମନା ଗମନର ବିକାଶ ହେବେ ସେହି ତୁଳନାରେ ରାଜ୍ୟର ବିକାଶ ହେବ ।
ସେପଟେ କେନ୍ଦ୍ର ରାଜମାର୍ଗ ମନ୍ତ୍ରୀ ନିତୀନ ଗଡକରୀଙ୍କ ନିର୍ଦ୍ଦେଶମୁତାବକ ନିର୍ମାଣ ହୋଇଥିବା ଏହି ରାସ୍ତାର ଗୁଣବତ୍ତା ଉପରେ ବି ନିର୍ମାଣକାରୀ ସଂସ୍ଥା ନଜର ରଖିଛି । ଅନ୍ୟପଟେ ଭାରତ ସରକାରଙ୍କ ଭୂତଳ ପରିବହନ ବିଭାଗ ଦ୍ୱାରା ପ୍ରଥମେ ୧୦୫ ଘଂଟାରେ ୭୫ କିଲୋମିଟର ସଡକ ନିର୍ମାଣ କରାଯାଇ ବିଶ୍ୱରେକର୍ଡ କରାଯାଇଥିଲା । ଦ୍ରୁତଗତିରେ ସଡକ ନିର୍ମାଣ କରିବା କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଅନେକ ବିକାଶଶୀଳ ରାଷ୍ଟ୍ରକୁ ପଛରେ ପକାଇ ଦେଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
