ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିରର କଳାହାଟ ଦ୍ୱାର ହେବ ରୂପା ଛାଉଣୀ । ଏନେଇ ଜିଲ୍ଲା କୋଷାଗାରୁ ଆସିଲା ୫୦୦ କେଜି ରୂପା । ସେପଟେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ଜିଲ୍ଲା ଟ୍ରେଜେରୀରେ କାଗଜପତ୍ର ଦାଖଲ ପରେ ଏହାକୁ ଅଣାଯାଉଛି । ରଥଯାତ୍ରା ସମୟରେ ରୂପା ଆଣି କଳାହାଟ ଦ୍ୱାରରେ ଛାଉଣୀ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା ।

ଅନ୍ୟପଟେ ନିଳାଦ୍ରିଭକ୍ତ ନିବାସରେ ନୂଆ ଦ୍ୱାର ନିର୍ମାଣ ସରିଥିବା ବେଳେ ସେଥିରେ ରୂପା ଛାଉଣୀ କରାଯିବ । ତେବେ ଗତବର୍ଷ ଅକ୍ଟୋବର ୪ରେ ଜିଲ୍ଲାପାଳଙ୍କ ଠାରୁ ସବୁଜ ସଂକେତ ମିିଳିବା ପରେ ନଭେମ୍ବର ୨୬ରେ କୋଷଗାରରେ ରୂପାକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।