କେନ୍ଦ୍ର ସରକାର ଏବେ ‘ସ୍କିଜୋଫେନିଆ’ ରୋଗରେ ଆକ୍ରାନ୍ତ, ଶ୍ରେୟ ପଛରେ ଗୋଡେଇବା ଛାଡି ମହାମାରୀର ମୁକାବିଲା କରନ୍ତୁ : ଅମର୍ତ୍ୟ ସେନ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ କରୋନାର ଦ୍ବିତୀୟ ଲହର ପାଇଁ କେନ୍ଦ୍ରର ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍। କରୋନା ସଂକ୍ରମଣର ବିସ୍ତାରକୁ ରୋକିବା ପରିବର୍ତ୍ତେ ଭାରତ ସରକାର ନିଜ କାମ ପାଇଁ ଶ୍ରେୟ ନେବାକୁ ଚେଷ୍ଟା କରିବା ଦ୍ୱାରା ଆଜି ଏଭଳି ପରିସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି। ସରକାରଙ୍କ ଏଭଳି ଆଚରଣକୁ ସେନ୍ ‘ସ୍କିଜୋଫେନିଆ’ ର ଆଖ୍ୟା ଦେଇଛନ୍ତି । ‘ସ୍କିଜୋଫେନିଆ’ ହେଉଛି ଏକ ଗୁରୁତର ମାନସିକ ରୋଗ । ଯେଉଁଥିରେ ରୋଗୀ ପ୍ରକୃତ ଏବଂ କଳ୍ପନା ଜଗତ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାରେ ଅସମର୍ଥ ରହିଥାଏ। ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍ ଶୁକ୍ରବାର ବିଳମ୍ବିତ ରାତିରେ ରାଷ୍ଟ୍ର ସେବା ଦଳ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଔଷଧ ଉତ୍ପାଦନର କୌଶଳ ତଥା ଉଚ୍ଚ ରୋଗ ପ୍ରତିରୋଧ ଶକ୍ତି ଥିବାରୁ ଭାରତ ମହାମାରୀ ମୁକାବିଲାରେ ଭଲ ସ୍ଥିତିରେ ଅଛି। ତେବେ କେତେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମତ ହେଉଛି ଯେ ମହାମାରୀର ଅନ୍ତ ନହେବା ପୂର୍ବରୁ “ବିଜୟୀ” ହେବାର ଭାବନ ଯୋଗୁଁ ଏହି ସଙ୍କଟ ସୃଷ୍ଟି ହୋଇଥିଲା ​​। ସେନ୍ କହିଛନ୍ତି ଯେ, ” ସରକାରରେ ଦ୍ୱନ୍ଦ୍ୱରେ ଥିବା କାରଣରୁ ମହାମାରୀର ଖରାପ ପରିଚାଳନା ହେତୁ ଭାରତ ଏହାକୁ କାବୁ କରିବାରେ ବିଫଳ ହୋଇଛି। ସେ କହିଛନ୍ତି, “ ଭାରତକୁ ଏହି ମହାମାରୀରୁ ରକ୍ଷା କରିବା ପାଇଁ କାମ କରିବା ପରିବର୍ତ୍ତେ ଭାରତ ସରକାର ପୂର୍ବରୁ ଯାହା କରିଥିଲେ ସେଥିପାଇଁ ଶ୍ରେୟ ନେବାକୁ ମନବଳାଇଥିଲେ । ଏହାର ଫଳାଫଳ ‘ସ୍କିଜୋଫେନିଆ’ ପରି ବହୁତ ଭୟାନକ ହୋଇଥିବା ଜଣାପଡ଼ିଛି । ହାବାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଏବଂ ଦାର୍ଶନିକ ବିଭାଗର ପ୍ରଫେସର ଥିବା ସେନ୍ ୧୭୬୯ ମସିହାରେ ଆଡମ ସ୍ମିଥଙ୍କ ଦ୍ୱାରା ଲେଖାଯାଇଥିବା ଏକ ଆର୍ଟିକିଲକୁ ଉଲ୍ଲେଖ କରି କହିଥିଲେ ଯେ ,” ଯେ ଯଦି କେହି ଭଲ କାମ କରନ୍ତି , ତେବେ ସେ ଏହାର କ୍ରେଡିଟ୍ ପାଆନ୍ତି । ଆଉ ଏହି ଶ୍ରେୟର ପରିମାଣରୁ ଜଣାପଡ଼େ ସେ ବ୍ୟକ୍ତି ପୂର୍ବରୁ କେତେ ଭଲ କାମ କରିଛନ୍ତି। କିନ୍ତୁ ଶ୍ରେୟ ପାଇବାକୁ ଚେଷ୍ଟା କରିବା ଏବଂ ଶ୍ରେୟ ପାଇବାକୁ ଚେଷ୍ଟା କରି ଭଲ କାମ ନକରିବା ଏହା ସେହି ବ୍ୟକ୍ତିର ଅବସାଦକୁ ଦର୍ଶାଏ। ଭାରତ ଏଭଳି କରିବାକୁ ଚେଷ୍ଟା କରିଛି। ଯାହାକୁ ଏଡାଇବା ଉଚିତ୍। ” ସେ କହିଛନ୍ତି ଯେ ଭାରତ ସାମାଜିକ ଅସମାନତା, ଧିମା ଅଭିବୃଦ୍ଧି ଏବଂ ବେକାରୀ ସମସ୍ୟା ସହ ସଂଗ୍ରାମ କରୁଛି , ଯାହା ଏହି ମହାମାରୀ ସମୟରେ ବୃଦ୍ଧି ପାଇଛି। ସେନ୍ କହିଛନ୍ତି ଯେ ଅର୍ଥନୀତିର ବିଫଳତା ଏବଂ ସାମାଜିକ ସମନ୍ୱୟର ବିଫଳତା ମଧ୍ୟ ମହାମାରୀର ମୁକାବିଲା କରିବାରେ ବିଫଳ ହେବାର କାରଣ ଅଟେ। ଶିକ୍ଷାଗତ ଯୋଗ୍ୟତା ହେତୁ ପ୍ରାଥମିକ ଅବସ୍ଥାରେ ଲକ୍ଷଣ ଏବଂ ଚିକିତ୍ସା ପ୍ରୋଟୋକଲ ଚିହ୍ନଟ କରିବା କଷ୍ଟକର ହୋଇପଡିଥିଲା। ସ୍ୱାସ୍ଥ୍ୟସେବା , ଶିକ୍ଷା ଏବଂ ଅର୍ଥନୀତି ତଥା ସାମାଜିକ ନୀତିରେ ବଡ ଧରଣର ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍ କହିଛନ୍ତି।

Related Posts