ପିଏମ୍ କେୟାର ଫଣ୍ଡ୍ ରୁ କିଣାଯାଇଥିବା ଭେଣ୍ଟିଲେଟର ଯୋଗୁଁ ଯଦି କୌଣସି ରୋଗୀର ମୃତ୍ୟୁ ଘଟେ ତେବେ ଏଥିପାଇଁ କେନ୍ଦ୍ର ସରକାର ଦାୟୀ : ବମ୍ବେ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ଭଳି ଭୟଙ୍କର ପରିସ୍ଥିତିରେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଭେଣ୍ଟିଲେଟର୍‌ ଗୁଡ଼ିକ ମଧ୍ୟରୁ ଅଧିକାଂଶ କାମ କରୁନଥିବା ଅଭିଯୋଗ ହେଉଛି। ଏହା ମଧ୍ୟରେ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅଦାଲତ କହିଛନ୍ତି ଯେ ପିଏମକେୟାର ଫଣ୍ଡ ଜରିଆରେ ଗୁଜରାଟର ଏକ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା କୌଣସି ତ୍ରୁଟିପୂର୍ଣ୍ଣ ଭେଣ୍ଟିଲେଟର ଯୋଗୁଁ ଯଦି କୌଣସି ବି କୋଭିଡ ରୋଗୀଙ୍କ ମୃତ୍ୟୁ ଘଟେ ତେବେ କେନ୍ଦ୍ର ସରକାର ଏଥିପାଇଁ ସିଧାସଳଖ ଦାୟୀ ରହିବେ । ବୁଧବାର ଜଷ୍ଟିସ୍ ରବିନ୍ଦ୍ର ଘୁଗେ ଏବଂ ଜଷ୍ଟିସ୍ ବିୟୁ ଦେବଦୱାରଙ୍କ ଏକ ଡିଭିଜନ୍ ବେଞ୍ଚ କହିଛନ୍ତି ଯେ ମରାମତି ହୋଇଥିବା ଭେଣ୍ଟିଲେଟର ଗୁଡିକୁ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଇ ପାରିବ ନାହିଁ । କାରଣ ଏହା ରୋଗୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ। ଏବଂ ଦୁର୍ଭାଗ୍ୟବଶତଃ ଏହିପରି ଭେଣ୍ଟିଲେଟରର ବ୍ୟବହାର ଯୋଗୁଁ ଜୀବନ ହାନୀ ହୋଇପାରେ ଯାହାକୁ ରୋକାଯିବା ଆବଶ୍ୟକ। ଭାରତ ସରକାରଙ୍କ ଅତିରିକ୍ତ ସଲିସିଟର-ଜେନେରାଲ ଅନୀଲ ସିଂଙ୍କ ଦ୍ୱାରା କୋର୍ଟରେ ଦାଖଲ କରାଯାଇଥିବା ଏକ ଟିମ୍ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଔରଙ୍ଗାବାଦ କୁ ନୀରକ୍ଷଣ କରିବା ପାଇଁ ଆସିବେ। ଏହି ବିଶେଷଜ୍ଞ ଟିମ୍ ରେ ରାମ ମନୋହର ଲୋହିୟା ହସ୍ପିଟାଲ ଏବଂ ସଫଦରଜଙ୍ଗ ହସ୍ପିଟାଲର ଜଣେ ଜଣେ ବିଶେଷଜ୍ଞ ଡାକ୍ତର ରହିବେ। ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଜୁନ୍ ୭ ରେ ହେବ ବୋଲି କୋର୍ଟ କହିଛନ୍ତି । ପିଏମ୍ କେୟାର ଫଣ୍ଡ୍ ଅଧୀନରେ ଗୁଜରାଟର ରାଜକୋଟ ସ୍ଥିତ ଜ୍ୟୋତି ସିଏନ୍ସି ଦ୍ୱାରା ଏପ୍ରିଲ ମାସରେ GMCH କୁ ୧୫୦ ଭେଣ୍ଟିଲେଟର ଯୋଗାଇ ଦେଇଥିଲା। ତେବେ ଏହା ମଧ୍ୟରୁ ୧୩୩ ଟି ତ୍ରୁଟିପୂର୍ଣ୍ଣ ବୋଲି ଜଣାପଡିଛି। ଏହା ପରେ ମାମଲା କୋର୍ଟରେ ପହଞ୍ଚିଥିଲା। GMCH କମିଟି ଭେଣ୍ଟିଲେଟରଗୁଡିକ ଉପରେ ଏକ ରିପୋର୍ଟ ଦାଖଲ କରିଥିଲା । ଏହି ରିପୋର୍ଟ ଅନୁଯାୟୀ ମରାମତି ପରେ ମଧ୍ୟ ଭେଣ୍ଟିଲେଟରଗୁଡିକ ଖରାପ ହୋଇଯାଉଥିଲା। ତେଣୁ ମହାରାଷ୍ଟ୍ର କଂଗ୍ରେସ ମୁଖପାତ୍ର ସଚିନ ସାୱନ୍ତ ଏହାକୁ ନେଇ ଜୋରଦାର ବିରୋଧ କରିଥିଲେ। ଏହାପରେ ଏଗୁଡିକୁ ବ୍ୟବହାର କରାଯାଉ ନଥିଲା। ଏହି ମାମଲାରେ ଅଉରଙ୍ଗାବାଦ ବେଞ୍ଚ୍ ପକ୍ଷରୁ ପିଆଇଏଲ୍ ଦାଖଲ କରି ନ୍ୟାୟାଧୀଶ କହିଛନ୍ତି ଯେ , ଯଦି ଯାଞ୍ଚ / ମରାମତି ପରେ ଭେଣ୍ଟିଲେଟରଗୁଡିକ କାମ କରୁ ନାହିଁ ତେବେ ଉତ୍ପାଦନକାରୀ କମ୍ପାନୀ ଏଥିପାଇଁ ଦାୟୀ ରହିବେ। ଏବଂ ଏହିପରି ତ୍ରୁଟିପୂର୍ଣ୍ଣ ଭେଣ୍ଟିଲେଟର ଗୁଡିକୁ ବଦଳାଇବା ପାଇଁ କେନ୍ଦ୍ର ସରକାର ଉକ୍ତ କମ୍ପାନୀ ଚାପ ପକାଇବା ଉଚିତ୍ । କାରଣ ଭେଣ୍ଟିଲେଟରର ଏକ ବର୍ଷ ୱାରେଣ୍ଟି ରହୁଛି । ତେବେ ଜିଏମଏଚ ଔରଙ୍ଗାବାଦ ପରିଦର୍ଶନ କରୁଥିବା ଡାକ୍ତରୀ ଟିମ୍ ଏବଂ ଉତ୍ପାଦନକରୀ କମ୍ପାନୀର ପ୍ରତିନିଧୀମାନେ ନିଶ୍ଚିତ କରିବେ ଯେ ଭେଣ୍ଟିଲେଟରଗୁଡିକ ଠିକ୍ ନହେବା ପର୍ଯ୍ୟନ୍ତ ଏହି ଭେଣ୍ଟିଲେଟରଗୁଡିକ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେବ ନାହିଁ ବୋଲି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସରକାରୀ ଓକିଲ କାଲେ ଏହା ସ୍ପଷ୍ଟ କରିଛନ୍ତି ଯେ GMCH “ଯଦି ଏପରି ଭେଣ୍ଟିଲେଟର ବ୍ୟବହାର କରି ଯଦି କୌଣସି ଅଘଟଣ ଘଟେ ତେବେ କର୍ତ୍ତୃପକ୍ଷ ଏଥିପାଇଁ ଦାୟୀ ରହିବେ ନାହିଁ। ଜଷ୍ଟିସ୍ ଘୁଗେ ଏବଂ ଜଷ୍ଟିସ୍ ଦେବଦୱର କହିଛନ୍ତି ଯେ ଏଭଳି ତ୍ରୁଟିପୂର୍ଣ୍ଣ ଭେଣ୍ଟିଲେଟର ଯୋଗାଣ ପାଇଁ କେନ୍ଦ୍ର ସରକାର ଉତ୍ପାଦନକାରୀ କମ୍ପାନୀ ଗୁଡିକୁ ଏ ସମ୍ପର୍କରେ ଚେତାବନୀ ଦେବା ଉଚିତ ହେବ ବୋଲି କୋର୍ଟ ଆଶା କରିଥିଲେ ଏବଂ ଆବଶ୍ୟକ ହେଲେ କୋର୍ଟ ଭେଣ୍ଟିଲେଟର ଫେରସ୍ତ ପାଇଁ ନିର୍ଦ୍ଦେଶ ଦେବେ। କଂଗ୍ରେସ ଏବଂ ସାୱନ୍ତ ଏପ୍ରିଲରେ ଏହି ପ୍ରସଙ୍ଗ ଉଠାଇବା ପରେ, ମେ ୧୫ ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କେୟାର ଫଣ୍ଡ୍ ମାଧ୍ୟମରେ ସାରା ଦେଶରେ ଯୋଗାଇ ଦିଆଯାଉଥିବା ସମସ୍ତ ଭେଣ୍ଟିଲେଟର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Related Posts