ନିଲାମ ହେଲା ବାହାନଗାରେ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ର ଇଞ୍ଜିନ ଓ ବଗି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାହାନଗାରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ ଆଉ ବଗି ନିଲାମ ହୋଇଛି । ଗତ ଜୁନ୍ ମାସ ୨ ତାରିଖ ଦିନ ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହିଦିନ ଠାରୁ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ ଆଉ ବଗି ସହ ଯଶଓ୍ବନ୍ତପୁର-ହାଓ୍ବଡା ଏକ୍ସପ୍ରେସର ଦୁଇଟି ବଗି ବାହାନଗାରେ ପଡିରହିଛି ।

ଏହିସବୁ ଇଞ୍ଜିନ ଆଉ ବଗିକୁ ହାଓ୍ବଡାର ମୋହିତ ଷ୍ଟିଲ୍ସ ନିଲାମ ନେଇଛି । ଏଥିପାଇଁ କମ୍ପାନୀ ୩ କୋଟି ୮୨ ଲକ୍ଷ ଟଙ୍କା ପୈଠ କରିବ । ଆସନ୍ତା ଡିସେମ୍ବର ୫ ତାରିଖ ସୁଦ୍ଧା ସବୁ ବଗି ସେଠାରୁ ସେ ନେଇଯିବ । ସାଉଥ୍ ଇଷ୍ଟର୍ଣ୍ଣ ରେଲଓ୍ବେର ଜିଏମ୍ ବାଲେଶ୍ବର ରେଳ ଷ୍ଟେସନ ପରିଦର୍ଶନରେ ଆସିଥିବା ବେଳେ ଏହି ସୂଚନା ଦେଇଛନ୍ତି ।

Related Posts