ନକଲି ଡାକ୍ତର ରମେଶ ସ୍ୱାଇଁର ହେବ ପଲିଗ୍ରାଫ୍ ଟେଷ୍ଟ

ନକଲି ଡାକ୍ତର ରମେଶ ସ୍ୱାଇଁର କଳା ସାମ୍ରାଜ୍ୟ ଉପରୁ ପରଦା ଉଠିଥିବା ବେଳେ, ଆହୁରି ଅନେକ କିଛି ତଥ୍ୟ ଉପରୁ ପରଦା ଉଠାଇବା ପାଇଁ ପୋଲିସ ଯୋଜନା ପ୍ରସ୍ତୁତ କରିଛି । ଏନେଇ ପୋଲିସ ପକ୍ଷରୁ ରମେଶ ସ୍ୱାଇଁକୁ ଆଉ ଥରେ ରିମାଣ୍ଡରେ ଆଣି ପଲିଗ୍ରାଫ୍ ଟେଷ୍ଟ କରାଇବ ବୋଲି ଜଣା ପଡିଛି ।

ଭୁବନେଶ୍ୱରରୁ ଧରା ପଡିଥିବା ଏହି ନକଲି ଡାକ୍ତର ଗୁମର ଏବେବି ଅଫିଟା ରହିଛି । ଦୁଇ ଦୁଇ ଥର ରିମାଣ୍ଡରେ ନେଇ ତଦନ୍ତ ଜାରି ରଖିଛି କମିଶନରେଟ୍ ପୋଲିସ୍ ।
ତେବେ କେବଳ ରମେଶ ନୁହେଁ ତା ସହିତ ତାର ନିଜ ଭଉଣୀ ମଧ୍ୟ ଏହି କଳାକାରନାମାରେ ସାମିଲ ରହିଛି । ୧୮ ଜଣଙ୍କୁ ବିବାହ କରିଥିବା ଏହି ଠକ ଆହୁରି ୨୫ ଜଣଙ୍କୁ ବିବାହର କରିବାର ଯୋଜନା ରଖିଥିଲା । ଏହା ସହିତ ବିଭିନ୍ନ ସ୍ଥାନରେ କ୍ଲିନିକ୍ କରି ନିଜକୁ ଡାକ୍ତରର ପରିଚୟ ଦେଇ ଆସୁଥିଲା ।

କେବଳ ଏତିକି ନୁହେଁ ଏବେବି ଲୁଚି ରହିଛି ନକଲି ଡାକ୍ତର ରମେଶ ସ୍ୱାଇଁର ଅନେକ ଗୁମର ଯାହାକୁ ନେଇ ପୋଲିସ୍ ସେ ସବୁ ଉପରୁ ପରଦା କଢିବା ପାଇଁ ରମେଶ ସ୍ୱାଇଁର ପଲିଗ୍ରାଫ୍ ଟେଷ୍ଟ କରାଇବ ବୋଲି ସୂଚନା ମିଳିଛି ।

Related Posts