ଅନୁଗୋଳ : ଖୋଲିଲା ରେଙ୍ଗାଳି ଡ୍ୟାମର ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଅନୁଗୋଳ ରେଙ୍ଗାଳି ଡ୍ୟାମରୁ ଛଡାଯାଉଛି । ଡ୍ୟାମର ଗୋଟିଏ ଗେଟ ଖୋଲା ଯାଇଛି । ୮ ନମ୍ବର ଗେଟ ଦେଇ ବନ୍ୟାଜଳ ତଳମୁଣ୍ଡକୁ ଛଡା ଯାଉଛି। ବର୍ତ୍ତମାନ ଡ୍ୟାମର ଜଳସ୍ତର ୧୨୧.୯୫ ମିଟର ରହିଛି । କିନ୍ତୁ ଡ୍ୟାମର ଜଳ ଧାରଣା କ୍ଷମତା ୧୨୩.୫୦ ମିଟର ରହିଛି ।
ଡ୍ୟାମ ଭିତରକୁ ୭,୮୦୦ ଘନମିଟର ଜଳ ପ୍ରଵେଶ କରୁଥିବା ବେଳେ ପାୱାର ଟନେଲ ଦେଇ ୫୮୭.୩୮ ଘନ ମିଟର ଜଳ ନିଷ୍କାସନ ହେଉଛି । ତଳମୁଣ୍ଡରେ ଥିବା ବ୍ରାହ୍ମଣୀ ନଦୀ ଅଵବାହିକାରେ ବସବାସ କରୁଥିବା ଲୋକଙ୍କୁ ସତର୍କ କରାଇଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ତେବେ ବର୍ତ୍ତମାନ ପରିସ୍ଥିତିରେ ବ୍ରାହ୍ମଣୀ ନଦୀରେ ସେମିତି କିଛି ବନ୍ୟାର ଆଶଙ୍କା ନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଅଧିକାରୀ ।
