ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ; ଗଜପତିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ତତ୍ପରତା ଦେଖାଇଛି ବିଜେପି । ରତ୍ନଭଣ୍ଡାର ଖୋଲିବା ଦାବିରେ ଗଜପତି ମହାରାଜଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ଟିମ ଗଜପତି ମହାରାଜାଙ୍କୁ ଭେଟିଛି।

ଅଗଷ୍ଟ ୪ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଏଯାଏ କାହିଁକି କମିଟି ଗଠନ ହୋଇନି । ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା କାହିଁକି ଆରମ୍ଭ କରାଯାଇ ନାହିଁ । ଏହି ପ୍ରସଙ୍ଗକୁ ନେଇ ଗଜପତି ମହାରାଜଙ୍କୁ ଭେଟି ଆଲୋଚନା କରୁଛି । ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ଜିବି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ବୋଲି ବିଜେପି ଦାବି କରିଛି । ଶୀଘ୍ର ରତ୍ନଭଣ୍ଡାର ଖୋଲିଲେ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର ହେବ ବୋଲି ବିଜେପି କହିିଛି । ଦୀର୍ଘ ୪୫ ବର୍ଷ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇନି । ଯାହାକୁ ଖୋଲିବା ପାଇଁ ଏବେ ଦାବି ଜୋର ଧରିଛି ।

Related Posts