ଗୋରଖପୁର(ସତ୍ୟପାଠ ବ୍ୟୁରୋ): କାରକୁ ଓଭରଟେକ କରିବା ସାମ୍ବାଦିକଙ୍କୁ ପଡ଼ିଲା ମହଙ୍ଗା । ଓଭରଟେକ କରିବା ପାଇଁ ଜଣେ ସାମ୍ବାଦିକଙ୍କୁ ଅତି ନିର୍ମମ ଭାବରେ ପିଟି ପିଟି ହତ୍ୟା କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ସାହାରାନପୁରରେ । ତେବେ ମୋଟର ସାଇକେଲରେ ଆସୁଥିବା ସାମ୍ବାଦିକ ଜଣକ ବାଟରେ ଏକ କାରକୁ ଅତିକ୍ରମ କରିଥିଲେ; ଯେଉଁଥିରେ ତିନି ଜଣ ଯୁବକ ବସିଥିଲେ। ଏଥିରେ କ୍ରୋଧିତ ହୋଇ ତିନି ଜଣ ଯୁବକ ରାସ୍ତା ଉପରେ ସାମ୍ବାଦିକଙ୍କୁ ଅଟକାଇ ପିଟିଥିବା ଅଭିଯୋଗ ହୋଇଛି। ମୃତ ପୀଡିତ, ଚିଲକାନାର ବାସିନ୍ଦା ଏବଂ ଜଣେ ସାମ୍ବାଦିକ। ସେ ତାଙ୍କ ମୋଟର ସାଇକେଲରେ ସାହାରନପୁର ଆଡକୁ ଆସୁଥିଲେ ଏବଂ ବାଟରେ ଏକ ଅଲ୍ଟୋ କାରକୁ ପଛରେ ପକାଇଦେଇଥିଲେ।
ଯେଉଁଥିରେ ତିନି ଜଣ ବସିଥିଲେ। ତେବେ, ଓଭରଟେକିଂକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏବଂ ୪୦ ବର୍ଷ ବୟସ୍କ ସାମ୍ବାଦିକଙ୍କୁ ଗାଡ଼ିରେ ଆସୁଥିବା ତିନି ଜଣ ବ୍ୟକ୍ତି ପିଟିଥିଲେ। ଯାହା ଫଳରେ ସାମ୍ବାଦିକଙ୍କୁ ଗୁରୁତର ଆଘାତ ଲାଗିଥିଲା ବୋଲି ସାହାରନପୁର ଏସପି ରାଜେଶ କୁମାର କହିଛନ୍ତି। ଆହତ ସାମ୍ବାଦିକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ କାରରେ ଥିବା ଯୁବକମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ। ତେବେ, ଆମେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛୁ, ପରବର୍ତ୍ତୀ ଆଇନଗତ କାର୍ୟ୍ୟାନୁଷ୍ଠାନ ସୁନିଶ୍ଚିତ କରାଯାଉଛି ବୋଲି ଏସପି କହିଛନ୍ତି।





