ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୧୦ ଦଫା ସମ୍ବଳିତ ଦାବିପତ୍ର ଦେଲେ କୁଷ୍ଠ ସଂଗଠନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ରାଜ୍ୟର ବିଭିନ୍ନ କୁଷ୍ଠ କଲୋନୀରୁ କୁଷ୍ଠ ପୀଡ଼ିତମାନେ ସ୍ଥାୟୀ ଜମିପଟ୍ଟା ପାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି । ସେହିଭଳି ରାଜ୍ୟ କୁଷ୍ଠ ରୋଗୀ ସଂଗଠନ ସମୂହ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୧୦ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇ ଆଲୋଚନା କରାଯାଇଥିଲା ।

ଗତ ତା ୨୫.୦୩.୨୦୨୩ରିଖରେ ବିଧାନସଭା ଅଧିବେଶନ ସମୟରେ ତା ୦୨.୦୫.୨୦୨୩ରିଖରେ ବିଭିନ୍ନ ଜିଲାର ଜିଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତା ୦୪.୦୯.୨୦୨୩ରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦାବି ପତ୍ର ପ୍ରଦାନ କରାଯାଇଥିଲା । ସେହିଭଳି ୫-ଟି ସଚିବଙ୍କ ଜିଲା ଗସ୍ତ ସମୟରେ ବିଭିନ୍ନ କୁଷ୍ଠ ସଂଗଠନ ଦାବୀ ପତ୍ର ପ୍ରଦାନ କରିଥିଲେ । ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସରକାର କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଅଛନ୍ତି ଜଣାପଡୁ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୮୬ଗୋଟି କୁଷ୍ଠ କଲୋନୀର ପ୍ରତିନିଧି ଏବଂ ବିଭିନ୍ନ ବିଭାଗକୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ସମସ୍ତ ଦାବି ପୂରଣ ପାଇଁ ଅନୁରୋଧ କରାଯାଇଅଛି । ୧୦ ଦଫା ଦାବି ମଧ୍ୟରୁ ସ୍ଥାୟୀ ଜମିପଟ୍ଟା, ବାସଗୃହ, ଶିକ୍ଷା, ନିଯୁକ୍ତି, ଚଳିବା ପାଇଁ ମାସିକ ସହାୟତା ରାଶି ଟ. ୫୦୦୦/-, ସମସ୍ତ କୁଷ୍ଠାଶ୍ରମ, କୁଷ୍ଠ ଚିକିତ୍ସାଳୟ ଭିତିଭୂମିର ଉନ୍ନତି ଓ ମାନବ ସମ୍ବଳର ବ୍ୟବସ୍ଥା, ଜତୀୟସ୍ତରୀୟ ହିନ୍ଦ କୁଷ୍ଠ ନିବାରଣ ସଂଘକୁ କାର୍ଯ୍ୟକ୍ଷମ କରିିବା, କୁଷ୍ଠ କର୍ମୀ ଓ ଡ୍ରେସର ନିଯୁକ୍ତି ଅନ୍ତର୍ଭୁକ୍ତ । ସଂଗଠନର ସଭାପତି ଶ୍ରୀ ଦୁର୍ଯେ୍ୟାଧନ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ସାହୁ, କୋଷାଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାରିକ, ଷ୍ଟେଟ କନଭେନର ଶ୍ରୀ ସନ୍ତୋଷ ରାଉତ, ଜୟନ୍ତୀ ପ୍ରଧାନ, ରଫିତୁଲା ଖାଁ, ବଗୁଲା ଦାସ, କୁନା ସ୍ୱାଇଁ ଇତ୍ୟାଦି ଯୋଗ ଦେଇଥିଲେ ।

Related Posts