ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲାଲୁ ଯାଦବଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ନୀତିଶ ସରକାର । ସେପଟେ ଲାଲୁ ଯାଦବ ଅଧିକରୁ ଅଧିକ ଗୁରୁତର ହେଉଥିବାରୁ ତାଙ୍କୁ ଆଜି ସନ୍ଧ୍ୟାରେ ଏୟାର ଆମ୍ବୁଲାନ୍ସ ସହାୟତାରେ ପାଟନାରୁ ଦିଲ୍ଲୀ ନିଆଯିବ । ଏଭଳି ସୂଚନା ପାଇବା ପରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଲାଲୁ ଯାଦବଙ୍କୁ ପାରସ ମେଡିକାଲରେ ଭେଟିଛନ୍ତି । ସେଠାରେ ସେ ତେଜସ୍ୱୀ ଯାଦବଙ୍କ ଠାରୁ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।
ଏହାପରେ ନିତୀଶ କୁମାର ଲାଲୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ସହ ଆଲୋଚନା କରିଛନ୍ତି । ଏହି କ୍ରମରେ ନିତୀଶ କହିଛନ୍ତି କି ଡାକ୍ତରଙ୍କ ସୂଚନା ମୁତାବକ ଏବେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି , ତାଙ୍କୁ ଦିଲ୍ଲୀ ନିଆଯାଇ ସେଠାରେ ସମସ୍ତ ପ୍ରକାର ପରୀକ୍ଷା କରାଯିବ । ଏନେଇ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନିତୀଶ କୁମାର କହିଛନ୍ତି । ଏହାସହ ସେ ଲାଲୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
