ଜେଡିୟୁ ନେତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଭିଡିଓ କେବଳ ସାମ୍ପ୍ରତିକ ଉତ୍ତେଜନା ସୃଷ୍ଟି କରିବା ପାଇଁ; ମୃତ୍ୟୁର କାରଣ ଅଲଗା ରହିଛି: ବିହାର ପୁଲିସ

ପାଟନା(ସତ୍ୟପାଠ ବ୍ୟୁରୋ): ବିଗତ କିଛି ଦିନ ଧରି ଜଣେ ଜେଡିୟୁ ନେତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ବିହାରର ସାମସ୍ତିପୁରରେ ସ୍ଥାନୀୟ ଜେଡିୟୁ ନେତାଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହେବାର ଏକ ସପ୍ତାହ ପରେ ପୋଲିସ ଏକ ମାମଲା ରୁଜୁ କରିଛି। ଏହି ମାମଲାରେ ତିନି ଦିନ ପୂର୍ବେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଗୋ ହତ୍ୟାରେ ଲିପ୍ତ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଇଥିଲା। ପୋଲିସର ସୂଚନାନୁସାରେ, ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଏବଂ ହତ୍ୟା ଘଟଣାର ତଦନ୍ତକୁ ବଦଳାଇବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଭିଡିଓ ପୋଷ୍ଟ କରିଥିଲେ। ଏଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଧାର୍ମିକ କାରଣରୁ ୩୫ ବର୍ଷିୟ ମହମ୍ମଦ ଖାଲିଲ ଆଲାମଙ୍କ ହତ୍ୟାକୁ ପୋଲିସ ଖଣ୍ଡନ କରିଛି। ସେ କହିଛନ୍ତି ଯେ ରେଳବାଇର ଜଣେ ଯୁବକଙ୍କୁ ଚାକିରୀ ଦେବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେବାରୁ ଆଲାମଙ୍କୁ ହତ୍ୟା କରାଯାଇଛି। କିନ୍ତୁ ଭିଡିଓରେ ଦର୍ଶାଯାଇଛି ଯେ ପୀଡିତ ଜେଡିୟୁ ନେତା ହାତରେ ହାତ ଦେଇ ଦୟା ଭିକ୍ଷା କରି କହିଛନ୍ତି ଯେ ସେ ବର୍ତ୍ତମାନ ଗୋମାଂସ ଖାଇବେ ନାହିଁ, କିନ୍ତୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି।

ଏପରିକି ଏନେଇ ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଜେଡିୟୁ ନେତା ତେଜସ୍ୱୀ ଯାଦବ ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ ମଧ୍ୟ କରିଥିବାର ଦେଖିବାକୁ ମିଳିଥିଲା । ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ତିନିଜଣଙ୍କୁ ଗିରଫ କରାଯାଇଛି । ଏହା ସହ ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ କରିଥିବାରୁ ଜଣଙ୍କୁ ଗିରଫ କରାଯାଇଛି। ଚତୁର୍ଥ ଅଭିଯୁକ୍ତ ଜଣଙ୍କ ଫେରାର ଥିବାର ପୁଲିସ ସୂଚନା ଦେଇଛି । ସାମସ୍ତିପୁରର ମୁସାରୀ ଘାରି ଅଞ୍ଚଳର ବାସିନ୍ଦା ଆଲାମ ଫେବୃଆରୀ ୧୬ ରୁ ଘରୁ ନିଖୋଜ ଥିଲେ। ପୋଲିସର ସୂଚନାନୁସାରେ ତାଙ୍କୁ ମୁକ୍ତ କରିବା ପାଇଁ ତାଙ୍କ ପରିବାରକୁ ୨.୭୫ ଲକ୍ଷ ଟଙ୍କା କିଛି ଲୋକମାଗିଥିଲେ । ହେଲେ ଏପରି କିଛି ଘଟିନଥିଲା ଏବଂ ପରିବାର ଲୋକେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ବୋଲି ପୁଲିସ ସ୍ପଷ୍ଟ କରିଛି ।

Related Posts