କୋଭିଶିଲ୍ଡ ଡୋଜ୍ ବ୍ୟବଧାନରେ ତୁରନ୍ତ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ: କେନ୍ଦ୍ର ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସେରମ୍ ଇନଷ୍ଟିଚ୍ୟୁଟ ଦ୍ବାରା ନିର୍ମିତ କୋଭିଶିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ତୁରନ୍ତ ପରିବର୍ତ୍ତନ ହେବାକୁ ନେଇ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି। ସମୟ ବ୍ୟବଧାନ ହ୍ରାସ କରିବା ପାଇଁ ଭାରତରେ ଉପଯୁକ୍ତ ବୈଜ୍ଞାନିକ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡ ଭି.କେ ପଲ୍ କହିଛନ୍ତି ଯେ,” କୋଭିଡ୍ ର ଭିନ୍ନ ଭିନ୍ନ ଭାରିଏଣ୍ଟ୍ କୁ ଦୃଷ୍ଟିରେ ରଖି ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିବା ଭଲ ହେବ । ” ତେବେ ଏ ସଂପର୍କିତ ନିଷ୍ପତ୍ତି ଅତି ସାବଧାନତାର ସହ ନିଆଯିବା ଆବଶ୍ୟକ ବୋଲି ପଲ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ଆମକୁ ମନେ ରଖିବାକୁ ହେବ ଯେ ଯେତେବେଳେ ଆମେ ବ୍ୟବଧାନ ବଢାଇଥିଲୁ, ସେତେବେଳେ କେବଳ ଜୀବାଣୁର ବିପଦକୁ ବିଚାରକୁ ନେବାକୁ ପଡିବ। କିନ୍ତୁ କାଉଣ୍ଟର ପଏଣ୍ଟ ଥିଲା ଯେ ଅଧିକ ଲୋକ ପ୍ରଥମ ଡୋଜ ପାଇବାରେ ସକ୍ଷମ ହେବେ, ଯାହା ଦ୍ବାରା ଅଧିକ ଲୋକଙ୍କୁ ଇମ୍ୟୁନିଟିର ଯଥେଷ୍ଟ ମାତ୍ରା ପ୍ରଦାନ କରାଯିବ । ତେବେ ଚୂଡ଼ାନ୍ତ ନିଷ୍ପତ୍ତି କେବଳ ଏକ ଉପଯୁକ୍ତ ଫୋରମ୍ ଦ୍ୱାରା ଗ୍ରହଣ କରାଯିବ ଯେଉଁମାନେ ଏହି ବିଷୟରେ ଏକ୍ସପର୍ଟ ସେମାନେ ହିଁ ଏହି ନିଷ୍ପତ୍ତି ନେବେ । ବିଶ୍ବୈକ ତଥା ରାଷ୍ଟ୍ରୀୟ ଟୀକାକରଣ କାର୍ଯ୍ୟକ୍ରମ ସମୟରେ NTAGI ଏକ ମାପଦଣ୍ଡ ଭାବେ ବିବେଚନା କରାଯାଏ, ତେଣୁ ପରାମର୍ଶଦାତା କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଗ୍ରହଣ କରିବାକୁ ପଲ୍ ଅନୁରୋଧ କରିଛନ୍ତି। ବ୍ରିଟେନ୍ ର ଉଦାହରଣ ଦେଇ ପାଲ୍ କହିଛନ୍ତି ଯେ ସେମାନେ ନିଶ୍ଚିତ ଭାବରେ ବୈଜ୍ଞାନିକ ଆଧାରରେ ଏହି ନିଷ୍ପତ୍ତି ନେଇଥିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ରିଟେନ ପୂର୍ବରୁ ୧୨ ସପ୍ତାହ ବ୍ୟବଧାନ ରଖିଥିଲା, କିନ୍ତୁ ଭାରତ ପାଇଁ ଉପଲବ୍ଧ ତଥ୍ୟ ଅନୁଯାୟୀ ଏହା ସୁରକ୍ଷିତ ନୁହେଁ।

Related Posts