ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ଘଟଣାରେ ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେପି ସରକାର ମହିଳାମାନଙ୍କ ପାଇଁ ସମର୍ପିତ ସରକାର। କେହି ଯଦି ମହିଳା ହିଂସା କିମ୍ବା ଦୁଷ୍କର୍ମ ର ଶିକାର ହୁଏ ସରକାର କେବେ ଛାଡ଼ିନାହାନ୍ତି କି ଛାଡ଼ିବେ ନାହିଁ। ସେ ଯେକୌଣସି ଲୋକ ହୁଅନ୍ତୁ।
ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି, ଦୁଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ଦଳ ଭିତରେ ବୋଧହୁଏ ମହିଳା ଦୁଷ୍କର୍ମ କରିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଛାତ୍ର କଂଗ୍ରେସ ସଭାପତି ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଜେଲରେ ଅଛନ୍ତି। ବିଜେଡି କର୍ପୋରେଟର ଆଜି ଦୁଷ୍କର୍ମ ଘଟଣାରେ ଜେଲ ଯାଉଛନ୍ତି, ଲୋକ ଦେଖୁଛନ୍ତି। ଉଭୟ ରାଜନୈତିକ ଦଳ ଏବଂ ତାଙ୍କ ମୁଖିଆମାନେ ଯେଉଁଭଳି ପ୍ରତିକ୍ରିୟା ଦେବା କଥା ସେମିତି ଦେଉନାହାନ୍ତି। ସେମାନଙ୍କ ଇତିହାସରେ ସେୟା ଅଛି ବୋଧ ହୁଏ। ଅତୀତରେ କଂଗ୍ରେସ ସରକାର ଏବଂ ବିଜେଡି ସରକାର ସମୟର ଯେଉଁ ଭଳି ଘଟଣା ସବୁ ମହିଳାଙ୍କ ପ୍ରତି ଘଟିଥିଲା ଆମେ ଦେଖିଛେ।





