ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ବିହାର ବିଧାନସଭାକୁ ବୋମାରେ ଉଡ଼ାଇ ଦେବାକୁ ଆସିଲା ଧମକ । ତେବେ ଇମେଲ୍ ମାଧ୍ୟମରେ ଏହି ବୋମା ଧମକ ଆସିବା ପରେ ପୋଲିସ ପ୍ରଶାସନ ତତ୍ପର ହୋଇଉଠିଛି ଏବଂ ବିଧାନସଭା ପରିସରରେ ବ୍ୟାପକ ଯାଞ୍ଚ ଆରମ୍ଭ କରାଯାଇଛି। ସେପଟେ ସଚିବାଳୟ-୧ର ସବ୍-ଡିଭିଜନାଲ୍ ପୋଲିସ ଅଫିସର ଅନୁ କୁମାରୀ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା ଅଧିକାରୀମାନଙ୍କୁ ଏକ ବୋମା ଧମକପୂର୍ଣ୍ଣ ଇମେଲ୍ ଆସିଥିବା ନେଇ ସୂଚନା ମିଳିଥିଲା।ଖବର ପାଇବା ମାତ୍ରେ ପୋଲିସ ତୁରନ୍ତ ସେଠାରେ ପହଞ୍ଚି ପୂରା କ୍ୟାମ୍ପସକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖି ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି।ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବୋମ୍ ସ୍କ୍ୱାଡ୍ (Bomb squad) ଏବଂ ଡଗ୍ ସ୍କ୍ୱାଡ୍ (Dog squad) ମୁତୟନ କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ ତନ୍ନ ତନ୍ନ କରି ଖୋଜାଖୋଜି ଚାଲିଛି।