ଆଜି ବିଶ୍ଵ ଏଡ୍ସ ଦିବସ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ଵ ଏଡ୍ସ ଦିବସ । ପ୍ରତିବର୍ଷ ଡିସେମ୍ବର ମାସର ପ୍ରଥମ ଦିନ ଅର୍ଥାତ୍ 1 ତାରିଖକୁ ବିଶ୍ୱ ଏଡିସ୍ ଦିବସ ରୂପେ ପାଳନ କରାଯାଏ । ଏହି ଦିବସର ଉଦ୍ଦେଶ୍ୟ ଲୋକଙ୍କୁ କେମିତି ଏହି ରୋଗ ପ୍ରତି ସଚେତନ କରାଯାଇ ପାରିବ।

ଏଡ୍ସର କାରଣ ଏଚଆଇଭି କିମ୍ବା ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍। ଏହି ଭାଇରସ୍ ମଣିଷ ଶରୀରର ଇମ୍ୟୁନ ସିଷ୍ଟମକୁ ପ୍ରଥମେ ଆକ୍ରମଣ କରିଥାଏ। ଏହା ରୋଗ ପ୍ରତିରୋଧକ ପ୍ରଣାଳୀକୁ ଏତେ ଦୁର୍ବଳ କରିଦିଏ ଯେ ଏହା ଶରୀରର ଅନ୍ୟ କୌଣସି ସଂକ୍ରମଣ କିମ୍ବା ରୋଗକୁ ପ୍ରତିରୋଧ କରିବାରେ ଅକ୍ଷମ ହୋଇଯିବ।

ଏଚଆଇଭି ଏମିତି ଏକ ଭାଇରସ୍ ଯାହାକୁ ସମୟ ପୂର୍ବରୁ ଯଦି ଚିକିତ୍ସା କରାନଯାଏ ତେବେ ପରବର୍ତ୍ତୀ ସମୟରେ ଏଡ୍ସ ରୋଗରେ ପରିଣତ ହୋଇଯାଏ। ଏ ପର୍ଯ୍ୟନ୍ତ ଏହି ରୋଗର କୌଣସି ପ୍ରଭାବଶାଳୀ ଚିକିତ୍ସା ନାହିଁ। ମାତ୍ର କିଛି ଔଷଧ ସାହାରାରେ ଭାଇରାଲର ପ୍ରଭାବକୁ କମ କରାଯାଇ ପାରିବ। ଯଦ୍ଵାରା ଶରୀରର ରୋଗ ପ୍ରତିରୋଧ ପ୍ରଣାଳୀକୁ ମଜବୁତ କରି ପାରିବ।

ସର୍ବପ୍ରଥମେ ୧୯୮୧ରେ ଏଚଆଇଭିର ଚିହ୍ନଟ ହୋଇଥିଲା। ହେଲେ ଭାରତରେ ଏହା ୧୯୮୬ରେ ପ୍ରଥମ ଥର ସାମ୍ନାକୁ ଆସିଥିଲା। ଚେନ୍ନାଇରେ ରହୁଥିବା କିଛି ଦେହଜୀବୀଙ୍କଠାରେ ଏହା ଚିହ୍ନଟ କରାଯାଇଥିଲା। ସେହି ସମୟ ପର୍ଯ୍ୟନ୍ତ ଦୁନିଆର ଅନେକ ଦେଶରେ ଏଚଆଇଭି ପହଞ୍ଚି ସାରିଥିଲା। ଏଚଆଇଭି ସଂକ୍ରମଣ ମାମଲାରେ ଭାରତ ଦୁନିଆରେ ଦ୍ଵିତୀୟ ସ୍ଥାନରେ ରହିଛି।

ଚଳିତ ବର୍ଷ ମଧ୍ୟ ପ୍ରଦେଶର ସାମାଜିକ କର୍ମୀ ଚନ୍ଦ୍ର ଶେଖର ଗୌରଙ୍କ ଦ୍ଵାରା ଆରଟିଆଇ ଦାଖଲ କରାଯାଇଥିଲା। ଏଥିରୁ ଜାଣିବାକୁ ମିଳିଛି ଯେ, ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ(ନାକୋ) ମୁତାବକ ୧୦ ବର୍ଷରେ ଭାରତରେ ୧୭ ଲକ୍ଷରୁ ଅଧିକ ଲୋକ ଅସୁରକ୍ଷିତ ଯୌନ ସମ୍ବନ୍ଧ କାରଣରୁ ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି। ୨୦୧୧ରୁ ୨୦୨୧ ମଧ୍ୟରେ ୧୫ ହଜାର ୭୮୨ ଲୋକ ଏମିତି ଅଛନ୍ତି ଯିଏ ସଂକ୍ରମତ ରକ୍ତ ଜରିଆରେ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୪୨୩ ଶିଶୁ ମାଆଙ୍କ ଜରିଆରେ ସଂକ୍ରମିତ ହୋଇଛନ୍ତି। ଅସୁରକ୍ଷିତ ଯୌନ ସମ୍ଵନ୍ଧ ହିଁ ଏହି ରୋଗର ମୁଖ୍ୟ କାରଣ। ଅନେକ ମାମଲାରେ ସଂକ୍ରମିତ ରକ୍ତ ପ୍ରଭାବରେ ବି ସଂକ୍ରମଣ ହୋଇଥାଏ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ) ଅନୁଯାୟୀ, ଏବେ ମଧ୍ୟ ଏହି ଭାଇରସ୍ ଲକ୍ଷାଧିକ ଲୋକଙ୍କୁ ସଂକ୍ରମିତ କରିଛି। ୨୦୨୧ ଶେଷ ସୁଦ୍ଧା ଦୁନିଆରେ ୩ କୋଟି ୮୪ ଲକ୍ଷ ଲୋକ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି। ୨୦୨୧ରେ ସମଗ୍ର ଦୁନିଆରେ ଏଚଆଇଭି କାରଣରୁ ୬.୫ ଲକ୍ଷଙ୍କ ମୃତ୍ୟୁ ଘଟିଛି। ନାକୋ ଅନୁଯାୟୀ, ୨୦୨୧ରେ ଭାରତରେ ଏଡ୍ସର ୬୨,୯୬୭ ନୂତନ ମାମଲା ସାମ୍ନାକୁ ଆସିଥିଲା। ଏଥିରୁ ୪୧,୯୬୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଅର୍ଥାତ ପ୍ରତିଦିନ ହାରାହାରି ୧୧୫ ଜଣଙ୍କ ଏଡ୍ସ କାରଣରୁ ମୃତ୍ୟୁ ଘଟିଥିଲା। ୨୦୨୧

କେମିତି ଏଥିରୁ ବଞ୍ଚି ପାରିବେ ?

ଅସୁରକ୍ଷିତ ଯୌନ ସମ୍ବନ୍ଧ କାରଣରୁ ହିଁ ଏଚଆଇଭି ବ୍ୟାପିଥାଏ। ଏଥିପାଇଁ ଯୌନ ସଂପର୍କ ରଖିବା ସମୟରେ ପ୍ରତିଷେଧକମୂଳକ ବ୍ୟବସ୍ଥା ଅବଲମ୍ବନ କରନ୍ତୁ। ଏହା ବ୍ୟତୀତ ଇଞ୍ଜେକ୍ସନ ଜରିଆରେ ଡ୍ରଗ୍ସ ନେବାରୁ ନିବୃତ୍ତ ରୁହନ୍ତୁ। ଯଦି ଏଚଆଇଭି ସଂକ୍ରମିତ ହୋଇଥାନ୍ତି ତେବେ ବ୍ୟସ୍ତ ବିବ୍ରତ ନହୋଇ ତୁରନ୍ତ ଆଣ୍ଟି ରେଟ୍ରୋ ଭାଇରାଲ୍ ଥେରାପୀ ଆରମ୍ଭ କରନ୍ତୁ। କାରଣ ଏଚଆଇଭି ଶରୀରକୁ ବହୁତ ଦୁର୍ବଳ କରିଦିଏ। ଆଉ ଧିରେ ଧିରେ ଶରୀରକୁ ଅନ୍ୟ ରୋଗ ମାଡି ବସେ। ଏ ପର୍ଯ୍ୟନ୍ତ ଏହାର ଚିକିତ୍ସା ପଦ୍ଧତି ମିଳିନଥିଲେ ହେଁ ଔଷଧ ଜରିଆରେ ଏଥିରୁ ବଞ୍ଚି ପାରିବେ

Related Posts