ଆଜି ବିଶ୍ୱ ଯକ୍ଷ୍ମା ଦିବସ, ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର ବିଷୟରେ

ନୂଆଦିଲ୍ଲୀ: ଆଜି ବିଶ୍ୱ ଯକ୍ଷ୍ମା ଦିବସ । ପ୍ରତି ବର୍ଷ ମାର୍ଚ୍ଚ ୨୪ ତାରିଖରେ ପାଳନ ହେଉଛି ବିଶ୍ବ ଯକ୍ଷ୍ମା ଦିବସ । ଟିବି ସୃଷ୍ଟି କରୁଥିବା ବ୍ୟାକେରିଆକୁ ଆବିଷ୍କାର ନେଇ ୧୮୮୨ ମସିହା ଆଜିର ଦିନରେ ଘୋଷଣା କରିଥିଲେ ଡକ୍ଟର ରବର୍ଟ କୋଚ୍ । ଏହାପରେ ଏହାର ଚିକିତ୍ସା ସମ୍ଭବ ହୋଇପାରିଲା ।

ଶରୀରର ଫୁସଫୁସକୁ ପ୍ରଭାବିତ କରୁଥିବା ଏହି ସାଂଘାତିକ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ । ଯକ୍ଷ୍ମା ବିଶ୍ବର ଏକ ପ୍ରାଣଘାତକ ସଂକ୍ରମଣ ହୋଇ ରହିଛି । ପ୍ରତିବର୍ଷ ୪ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ରୋଗରେ ପ୍ରାଣ ହରାଉଛନ୍ତି ଏବଂ ୩୦ ହଜାରରୁ ଉର୍ଦ୍ଧ୍ବ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ୫.୮ କୋଟି ଲୋକ ରୋଗମୁକ୍ତ ହୋଇଛନ୍ତି । ଏଥିରେ ଆକ୍ରାନ୍ତ ହେଇଥିବା ଏବଂ ପ୍ରାଣ ହରାଉଥିବା ରୋଗୀଙ୍କ ସଂଖ୍ୟା ଭାରତରେ ସର୍ବାଧିକ ।ମାଇକ୍ରୋବ୍ୟକ୍ଟେରିୟମ ଟ୍ୟୁବରକ୍ୟୁଲୋସିସ ନାମକ ଜୀବାଣୁ ଯୋଗୁଁ ଟିବି ହୋଇଥାଏ । ଏହି ରୋଗ ବାୟୁରେ ବ୍ୟାପିଥାଏ । ଟିବିର କୌଣସି ପ୍ରାଥମିକ ଲକ୍ଷଣ ଦେଖାଯାଇନଥାଏ । କିନ୍ତୁ ସଂକ୍ରମଣ ଜୀବିତ ହେଲେ ତାହା ପରେ ସକ୍ରିୟ ହୋଇଥାଏ ।

ଲକ୍ଷଣ :

ଟିବିର ଅନେକ ଲକ୍ଷଣ ରହିଛି । ତିନି ସପ୍ତାହରୁ ଅଧିକ ଦିନ ଧରି କାଶ ହେବା, ଛେପରେ ରକ୍ତ ପଡିବା, ଜ୍ବର ହେବା, ଭୋକ ନହେବା, ଛାତିରେ ଯନ୍ତ୍ରଣା ହେବା, ଥକାପଣ ଅନୁଭବ କରିବା ଆଦି ଟିବିର ଲକ୍ଷଣ ଅଟେ ।

ଉପଚାର:

ଡଟ୍ସ ପରି ସଫଳ ଚିକିତ୍ସା କାରଣରୁ ଟିବି ରୋଗକୁ ନିୟନ୍ତ୍ରଣ କରାଯାଇ ପାରୁଛି । ସମଗ୍ର ବିଶ୍ବରୁ ଯକ୍ଷ୍ମାଭଳି ମହାମାରୀ ରୋଗକୁ ମୂଳୋତ୍ପାଟନ କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉଦ୍ୟମ ଜାରି ରଖିଛି । ୨୦୩୫ ସୁଦ୍ଧା ସମସ୍ତ ଟିବି ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ଓ ଆରୋଗ୍ୟ କରିବା ଲକ୍ଷ୍ୟ ରଖିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

Related Posts