ଖଗେଶ୍ୱର ଓ ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କାର ଦେଣନେଣ: ତଥ୍ୟ

ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଛି ଇଡି । ତେବେ ଖଗେଶ୍ୱର ଗିରଫହେବା ପରେ ଗୋଟିଏ ପରେ ଗୋଟିଏ ବଡ଼ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଖାସ୍‌ କରି ଟଙ୍କା ନେଣଦେଣ ନେଇ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଖଗେଶ୍ଵରଙ୍କ ପାଞ୍ଚଟି ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ୫୦ ଲକ୍ଷ ଟଙ୍କାର ଦେଣନେଣ ହୋଇଛି । ଯାହାର ପ୍ରମାଣ ଏବେ ଇଡି ହାତରେ ଲାଗିଛି ।

ସେପଟେ ଇଡି କାର୍ଯ୍ୟାଳୟରେ ଖଗେଶ୍ୱରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅର୍ଚ୍ଚନା-ଜଗବନ୍ଧୁ ଟଙ୍କା ନେଣଦେଣ ମାମଲାରେ ଖଗେଶ୍ୱରକୁ ୧୪ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ ଇଡି । ଏହି ସମୟରେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଥ୍ୟ ଯୋଗାଡ଼ କରିବ ଇଡି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାରଠୁ ଅର୍ଚ୍ଚନାଙ୍କ ଆର୍ଥିକ କାରବାର ନେଇ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲେ ଇଡି । ଏହିକ୍ରମରେ ଗୁରୁବାର ରାତିରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଇଡି । ପରେ ଶୁକ୍ରବାର ଦିନ ଖଗେଶ୍ୱରଙ୍କୁ ଗିରଫ କରିଛି ଇଡି । ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାରରେ ସଂପୃକ୍ତି ଥିବା ସନ୍ଦେହରେ ଗିରଫ କରିଛି ଇଡି

Related Posts