ପୁଲିସ ଏନକାଉଣ୍ଟାରରେ ଦୁଇ ଜଣ ମହିଳା ମାଓବାଦୀ ନିହତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଲିସ ଏନକାଉଣ୍ଟାରରେ ଦୁଇ ଜଣ ମହିଳା ମାଓବାଦୀ ନିହତ । କମ୍ବିଂ ଅପରେଶନ ସମୟରେ ସୁକୁମା ଓ ଦାନ୍ତେଓ୍ବାଡା ପୁଲିସକୁ ବଡ଼ ସଫଳତା ମିଳିଛି। ସୁକୁମା ଓ ଦାନ୍ତେଓ୍ବାଡା ଜିଲ୍ଲାର ସୀମାରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ପୁଲିସ ଏନ୍କାଉଣ୍ଟରରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି। ନିହତ ମହିଳା ମାଓବାଦୀଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଏଥି ସହିତ ପୁଲିସ ଘଟଣାସ୍ଥଳରୁ ୩ଟି ବନ୍ଧୁକ ଓ ବିପୁଳ ପରିମାଣରେ ଅସ୍ତ୍ର ଶସ୍ତ୍ର ଜବତ କରିଛି। ସୂଚନା ଅନୁଯାୟୀ ସୁକମା ଏବଂ ଦନ୍ତେୱାଡା ଜିଲ୍ଲା ସୀମାରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ କଟେକଲ୍ୟାଣ ଥାନା ଅନ୍ତର୍ଗତ ଗୋଲି ମୁଥେଲି ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଛନ୍ତି।

ତୁରନ୍ତ ଦନ୍ତେୱାଡା ଡିଆରଜି ଯବାନ ଏବଂ ସୁକମାର ୨୩୦ ସିଆରପିଏଫ ଯବାନ ଏହି ଅଂଚଳରେ ଚଡାଉ କରିଥିଲେ। ଦୀର୍ଘସମୟ ଧରି ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା, ଯାହାଫଳରେ ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ୨ ଜଣ ମହିଳା ମାଓବାଦୀଙ୍କ ଶବ ଜବତ କରିବା ସହ ବନ୍ଧୁକ ଓ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଥିବା ଦନ୍ତେୱାଡା ଏସପି ସିଦ୍ଧାର୍ଥ ତିଵାରୀ ପ୍ରକାଶ କରିଛନ୍ତି।

Related Posts