ଆୟୁର୍ବେଦିକ ଡକ୍ଟରଙ୍କୁ ଏଲୋପାଥିକ ମେଡିସିନ ଲେଖିବାକୁ ଅନୁମତି ଦେବେ ଉତ୍ତରାଖଣ୍ଡ ସରକାର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆୟୁର୍ବେଦ ବନାମ ଏଲୋପାଥି ବିତର୍କ ଏବେ ଆଉ ଏକ ନୂଆ ମୋଡ଼ ନେଇଛି। ଉତ୍ତରାଖଣ୍ଡ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏବେ ଆୟୁର୍ବେଦିକ ଡାକ୍ତରମାନେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ କିଛି ସିଲେକ୍ଟ ଏଲୋପାଥିକ୍ ଔଷଧ ଲେଖିପାରିବେ। ଜୁନ୍ ୨୧ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଶ୍ୱବିଦ୍ୟାଳୟରେ ଆୟୁଷ ମନ୍ତ୍ରୀ ହରାକ ସିଂ ରାୱତ ଏହି ଘୋଷଣା କରିଛନ୍ତି। ମନ୍ତ୍ରୀଙ୍କ କହିବା କଥା ହେଉଛି ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମୁଖ୍ୟତଃ ଆୟୁର୍ବେଦିକ ଡାକ୍ତର ମାନେ ଅଛନ୍ତି । ତେଣୁ ପାହାଡିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ ଉତ୍ତରାଖଣ୍ଡରେ ପାଖାପାଖି ୮୦୦ ଆୟୁର୍ବେଦିକ ଡାକ୍ତର ଅଛନ୍ତି ଏବଂ ଯେତେ ଆୟୁର୍ବେଦିକ ଚିକିତ୍ସାରୟ ଅଛି, ସେଥିମଧ୍ୟରୁ ୯୦% ଦୂର ପାହାଡ ଅଞ୍ଚଳରେ ଅବସ୍ଥିତ ବୋଲି ସେ କହିଛନ୍ତି। ଦୂର ପାହାଡରେ ରହୁଥିବା ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଉତ୍ତରପ୍ରଦେଶ ଭାରତୀୟ ଚିକିତ୍ସା ଅଧିନିୟମରେ ପରିବର୍ତ୍ତନର ଆବଶ୍ୟକ ଥିବା ସେ କହିଛନ୍ତି। ତେବେ ମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ,ଉତ୍ତରାଖଣ୍ଡ ଏହାକୁ କଡା ବିରୋଧ କରିଛି ଏବଂ ଏହାକୁ ବେଆଇନ୍ ବୋଲି କହିଛି। ଆଇଏମଏ ଉତ୍ତରାଖଣ୍ଡ ସଚିବ ଅଜୟ ଖାନ୍ନା କହିଛନ୍ତି ଯେ ,” ଏହା ସମ୍ପୂର୍ଣ୍ଣ ବେଆଇନ ଏବଂ ମିକ୍ସୋପାଥି ବର୍ଗରେ ଆସୁଛି । ପୂର୍ବରୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ମିକ୍ସୋପାଥି ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ କ୍ଷତି ପହଞ୍ଚାଇବ। ଆୟୁର୍ବେଦିକ ଡାକ୍ତରମାନେ ଏଲୋପାଥି ଅଭ୍ୟାସ କରିପାରିବେ ନାହିଁ କାରଣ ସେମାନଙ୍କ ପାଖରେ ଏହାର ଯୋଗ୍ୟତା ନାହିଁ ବୋଲି ସେ କହିଛନ୍ତି।” ଆୟୁର୍ବେଦିକ ଡାକ୍ତରମାନେ ଏଲୋପାଥି ବିଷୟରେ ନଜାଣି କିପରି ମେଡିସିନ ଲେଖି ପାରିବେ ଖାନ୍ନା ପ୍ରଶ୍ନ କରିଛନ୍ତି? କିନ୍ତୁ ଭାରତୀୟ ଚିକିତ୍ସା ପରିଷଦ, ଉତ୍ତରାଖଣ୍ଡର ଉପାଧ୍ୟକ୍ଷ ତଥା ବରିଷ୍ଠ ଡାକ୍ତର ଜେ ଏନ ନୈଟିୟାଲ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ଠାରୁ ବଞ୍ଚିତ ରାଜ୍ୟର ୮୦% ଲୋକ ଏହାଦ୍ବାରା ଉପକୃତ ହୋଇପାରିବେ । ଏହି ନିଷ୍ପତ୍ତି ଉପରେ IMA ର ବିରୋଧକୁ ନେଇ ନୈଟିୟାଲ କହିଛନ୍ତି, “ଆଇଏମଏର ଦୋହରା ମାପଦଣ୍ଡ । ଆୟୁଷ ଡାକ୍ତରମାନେ ଆଇସିୟୁ ଏବଂ ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡରେ କାମ କରିବା ସମୟରେ ଆଇଏମ୍ଏର କୌଣସି ଅସୁବିଧା ନାହିଁ । କିନ୍ତୁ ବର୍ତ୍ତମାନ ଯେତେବେଳେ ଏହି ନିଷ୍ପତ୍ତି ଦ୍ବାରା ପାହାଡରେ ଏତେ ସଂଖ୍ୟକ ଲୋକ ଉପକୃତ ହେବାକୁ ଯାଉଛନ୍ତି, ସେତେବେଳେ ସେମାନଙ୍କର ଅସୁବିଧା ହେଉଛି।” ସୂଚନାଯୋଗ୍ୟ ଯେ ଗତ ମାସରେ ଯୋଗଗୁରୁ ରାମଦେବଙ୍କ ବିବାଦୀୟ ବୟାନକୁ ନେଇ ଗତ ମାସରେ ଆୟୁର୍ବେଦ-ବନାମ-ଏଲୋପାଥି ବିତର୍କ ମାସରେ ଆରମ୍ଭ ହୋଇଥିଲା। ରାମଦେବ COVID-19 ର ଚିକିତ୍ସାରେ ଏଲୋପାଥିକ ଔଷଧର ପ୍ରଭାବ ଉପରେ ପ୍ରଶ୍ନ କରିଥିଲେ। ଏହା ପରେ ଆଇଏମ୍ଏ ଏହାର କଡା ପ୍ରତିବାଦ କରିଥିଲା। ପରେ ରାମଦେବ ବୟାନ ପ୍ରତ୍ୟାହାର କରି ନେଇଥିଲେ। ଘଟଣା କୋର୍ଟରେ ମଧ୍ୟ ପହଞ୍ଚିଥିଲା।

Related Posts