ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି(ଭାଜପା) ଶୁକ୍ରବାର କଂଗ୍ରେସର ପୂର୍ବତନ ନେତା ଜୟବୀର ସେରଗିଲଙ୍କୁ ଦେଲା ବଡ଼ ଦାୟିତ୍ଵ। ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତି କରିବାକୁ ଘୋଷଣା କରିଛି ଦଳ । ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ସୁନିଲ ଜାଖଡଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟ ସମିତିରେ ସ୍ଥାନ ଦିଆଯାଇଛି । ଏହି ନେତା କଂଗ୍ରେସରେ ବେଶ କିଛିଦିନ ରହିଥିବା ବେଳେ ନିକଟ ଅତିତରେ ଭାଜପାରେ ଯୋଗ ଦେଇଥିଲେ ଏହା ବ୍ୟତୀତ ସ୍ୱତନ୍ତ୍ର ଦେବ ସିଂଙ୍କୁ ମଧ୍ୟ ରାଷ୍ଟୀୟ କାର୍ଯ୍ୟକାରିଣୀରେ ସଦସ୍ୟ କରାଯାଇଛି ।
ଦଳ କହିଛି ବିଶେଷ ଭାବେ ଆମନ୍ତ୍ରିତ ମଦନ କୌଶିକ, ବିଷ୍ଣୁଦେବ ରାୟ, ଏସ ରାଣା ଗୁରମିତ ସିଂ ସୋଢି, ମନୋରଞ୍ଜନ କାଲିଆ ଓ ଅମନଜୋତ କୌର ରାମୁବାଲିୟାଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟସମିତି ମେମ୍ବର କରାଯାଇଛି ।