ଧର୍ମେନ୍ଦ୍ର ବାବୁଙ୍କୁ ରିମାଇଣ୍ଡର : ଆପଣ ୨୦୨୦ ରେ ଉତ୍କଳ ୟୁନିଭରସିଟି କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦାବି ନେଇ ଚିଠି ଲେଖିଥିଲେ, ବର୍ଷେ ହେଲାଣି ଆପଣ ନିଜେ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉକ୍ରଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ….ଟିକେ ଥୟ ଧରନ୍ତୁ, ଏଇଟା ଆଜିର ହେଡଲାଇନ୍ ନୁହଁ। ୨୮ ନଭେମ୍ବର ୨୦୨୦ ରେ ଓଡ଼ିଶା ମିଡିଆ ରେ ଏହି ହେଡଲାଇନ
ଛାଇ ଯାଇଥିଲା। ମଉକା ଥିଲା ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ ତମ ଫାଉଣ୍ଡେସନ ଦିବସ ବା ହୀରକ ଜୟନ୍ତୀ ସମାରୋହ, କେନ୍ଦ୍ରମନ୍ତ୍ରୀ ପ୍ରଧାନ ଉକ୍ରଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ଦାବି କରି ତତ୍କାଳୀନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପଖ୍ରିୱାଲ ନିଶଙ୍କଙ୍କୁ ଚିଠି ଲେଖିଥିଲେ। ସେବେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଥିଲେ ଧର୍ମେନ୍ଦ୍ର ପ୍ରଧାନ।

ଇତିମଧ୍ୟରେ ଦେଢ଼ ବର୍ଷ ରୁ ଅଧିକ ସମୟ ବିତିଯାଇଛି, ସେବେର ପେଟ୍ରୋଲିୟମ ମନ୍ତ୍ରୀ ତଥା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଦାବୀ କର୍ତ୍ତା ଧର୍ମେନ୍ଦ୍ର ପ୍ରଧାନ ଏବେ ନିଜେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ଦାବି ତଥାସ୍ତୁ ବ୍ୟକ୍ତି। ମାତ୍ର ଉତ୍କଳ ବିଶ୍ଵବିଦ୍ୟାଳୟ ର ସ୍ଥିତି ଯେଉଁଠଥିଲା ସେଇଠି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ସ୍ଥିତି ଏବେ କେଉଁଠି କାହାରିକୁ ଜଣାନାହିଁ। ଧର୍ମେନ୍ଦ୍ର ପ୍ରଧାନ ନିଜେ ଉତ୍କଳ ବିଶ୍ବିଦ୍ୟାଳୟରୁ ପାଠ ପଢ଼ିଛନ୍ତି ଓ ନିଜ ପାଖରେ ଉଚ୍ଚ ଶିକ୍ଷା ମନ୍ତ୍ରାଳୟ ତା ପରେ ଅସୁବିଧା ରହିଲା କେଉଁଠି?

ଧର୍ମେନ୍ଦ୍ରଙ୍କ ବାବଦରେ ଓଡ଼ିଶାରେ ଏକ ରୋଚକ କଥା ଲୋକେ କୁହନ୍ତି, ତାହା ହେଲା ପ୍ରଧାନ ବାବୁଙ୍କ କେନ୍ଦ୍ରୀୟ ମନ୍ତ୍ରୀ କ୍ୟାରିୟର ଆରମ୍ଭ ହେଲା ପେଟ୍ରୋଲିୟମ ଓ ଗ୍ୟାସ ବିଭାଗରୁ, ବହୁବର୍ଷ ଧରି ମଧ୍ଯ ସେହି ମନ୍ତ୍ରାଳୟ ରେ ରହିଲେ। ସେଇଥିପାଇଁ ବୋଧେ ପ୍ରଧାନଙ୍କ ବ୍ଯବହାର ଠିକ୍ ପେଟ୍ରୋଲ ଓ ଗ୍ୟାସ ଭଳିଆ ହୋଇଗଲା। ହଠାତ୍ ଜୋରରେ ଜଳିବେ ଓ ତା ପରେ ଫୁସ୍। ଏ କ୍ଷେତ୍ରରେ ବି ଠିକ୍ ସେୟା, ସମାରୋହରେ କେନ୍ଦ୍ରୀୟ ବିଶ୍ବିଦ୍ୟାଳୟ ଦାବୀ ଜୋରରେ ଉଠେଇଲେ, ତା ପରେ ନିଜେ ସେ ମନ୍ତ୍ରାଳୟ ର ମନ୍ତ୍ରୀ ବି ହେଇଗଲେ କିନ୍ତୁ ଦାବି କଥା ଭୁଲିଗଲେ।

ଗତ ୨୧ ଜୁଲାଇ ୨୧ “ ପାଳନ କରୁଛି। ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ଓଡିଶାର ଏକାଡେମିକ୍ ଭ୍ରାତୃତ୍ୱ ସଦସ୍ୟଙ୍କ ଦୀର୍ଘ ଦିନରୁ ଦାବି ହୋଇଆସୁଛି ବୋଲି ସେ ନିଜେ ଏକଥା ଦୋହରାଇଥିଲେ । ଏହା ସହ ରାଜ୍ୟରେ ଦ୍ୱିତୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏକ ବିଶେଷ ଆବଶ୍ୟକତା ରହିଛି, ଖାସ୍ କରି ଭୁବନେଶ୍ୱରରେ ଯାହାକି ପୂର୍ବ ଭାରତର ଏକ ଅର୍ଥନୈତିକ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରମୁଖ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି ବୋଲି ଧର୍ମେନ୍ଦ୍ର କହିଥିଲେ।

ସେତେବେଳେ ସମାରୋହରେ ମନ୍ତ୍ରୀ ପ୍ରଧାନ ତାଙ୍କ ଭାଷଣରେ ଏ କଥା ମଧ୍ୟ କହିଥିଲେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାବରେ ଶ୍ରେଣୀଭୁକ୍ତ କରିବା କେବଳ ଉପକୂଳ ତଥା ପୂର୍ବ ଓଡିଶାର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବ ନାହିଁ, ବରଂ ଗୁଣାତ୍ମକ ନିଯୁକ୍ତି ସୃଷ୍ଟି କରିବାସହ ଶିଳ୍ପ ଏବଂ ଶିକ୍ଷାନଷ୍ଠାନ ମଧ୍ୟରେ ଏକ ଇଣ୍ଟରଫେସ ଭାବରେ କାର୍ଯ୍ୟ କରିବ। ଏବଂ ଏହି ଅଞ୍ଚଳରେ ଉନ୍ନତ ଗବେଷଣା ପାଇଁ ମଧ୍ୟ ଏକ ବଡ଼ ସମ୍ଭାବନା ସୃଷ୍ଟି କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିବା ସହ ସେ ସମୟର କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଉତ୍କଳ ବିଶ୍ଵବିଦ୍ୟାଳୟ କୁ ଯଥାଶୀଘ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାପାଇଁ ଦାବି କରିଥିଲେ। ନଭେମ୍ବର ୨୦୨୦ ରେ ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ଯୁବ, ଛାତ୍ର, ଏବଂ ଶିକ୍ଷା କ୍ଷେତ୍ରରେ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା ।

ମାତ୍ର ଦେଢ଼ ବର୍ଷ ପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ହେବାପରେ ନିଜ ଭାଷଣ ଓ ପ୍ରତିଶୃତି ଉପରେ ଧର୍ମେନ୍ଦ୍ର ନିଜେ ପାଣି ଢାଲିଦେଲେ। ଏଠାରେ ପ୍ରଶ୍ନ ଉଠୁଛି, କଣ ବାସ୍ତବରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ବହୁ କାଠିକର ଓ ସମୟ ସାପେକ୍ଷ କାର୍ଯ୍ୟ? ନା ଧର୍ମେନ୍ଦ୍ର ନିଜେ ବିଭାଗର ମନ୍ତ୍ରୀ ହେବା ପରେ ବାବୁଙ୍କ ପ୍ରାଥମିକତା ବଦଳିଗଲା?

Related Posts