‘ଯେତେବେଳେ ଗଣତନ୍ତ୍ରର ଚର୍ଚ୍ଚା ହେବ, ସେତେବେଳେ ମନମୋହନ ସିଂ ମନେପଡିବେ’; ରାଜ୍ୟସଭାରେ ସାଂସଦଙ୍କ ବିଦାୟୀ ଉପରେ ସମ୍ବୋଧନ ରଖି କହିଲେ ମୋଦୀ

ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାର ବିଦାୟୀ ସାଂସଦଙ୍କୁ ଗୁରୁବାର ସମ୍ବୋଧିତ କରିଛନ୍ତି। ରାଜ୍ୟସଭାରେ କାର୍ଯ୍ୟକାଳ ସରୁଥିବା ୫୬ ଜଣ ସାଂସଦଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଛନ୍ତି ମୋଦୀ। ଏହାଛଡ଼ା ଗଣତନ୍ତ୍ର ପ୍ରତି ଥିବା ଅବଦାନକୁ ମନେପକାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କରିଛନ୍ତି।

ମନମୋହନ ସିଂହଙ୍କ ଦେଶ ପାଇଁ ମାର୍ଗଦର୍ଶନ ଓ ଯୋଗଦାନ ସବୁବେଳେ ମନେ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯେବେବି ଗଣତନ୍ତ୍ରର ଚର୍ଚ୍ଚା ହେବ, ସେତେବେଳେ ତାଙ୍କ ନାଁ ଚର୍ଚ୍ଚାର ପରିସରକୁ ଆସିବ। ତାଙ୍କ ଯୋଗଦାନ ଉପରେ ଚର୍ଚ୍ଚା କରାଯିବ ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କାର୍ଯ୍ୟକାଳ ସରୁଥିବା ୫୬ ଜଣ ସାଂସଦଙ୍କ ମଧ୍ୟରେ ମନମୋହନ ସିଂହ ମଧ୍ୟ ରହିଛନ୍ତି ବୋଲି ମୋଦୀ ଉଲ୍ଲେଖ କରିଛନ୍ତି।

ମନମୋହନ ସିଂହ ନିଜର ଭୋଟ୍‌ ଦେବାକୁ ହ୍ବିଲ୍‌ ଚେୟାର୍‌ରେ ବସି ସଂସଦକୁ ଆସିଥିବା କଥାକୁ ମନେପକାଇ ମୋଦୀ ତାଙ୍କର ପ୍ରଶଂସା କରିଛନ୍ତି। ଅନ୍ୟ ସାଂସଦଙ୍କ ପାଇଁ ସେ ଏକ ଉଦାହରଣ ସୃଷ୍ଟି କରିବା ସହ ଗଣତନ୍ତ୍ରକୁ ଅଧିକ ଶକ୍ତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

Related Posts