ଶ୍ରଦ୍ଧା କିଏ? ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରଦ୍ଧା ନାମ୍ନୀ ମହିଳାଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି। ବିରୋଧୀ ବିଜେପି ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କ ପରେ ମୁଖପାତ୍ର ମନୋଜ ମହାପାତ୍ର ଓ ସାଂସଦ ବସନ୍ତ ପଣ୍ଡା ପ୍ରେସମିଟ କରି ପ୍ରଶ୍ନ କରିଥିଲେ। ଆଉ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଧାନସଭାରେ ଏନେଇ ବିବୃତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରଦ୍ଧା ହେଉଛନ୍ତି ଜଣେ ଫିଜିଓ ଥେରାପିଷ୍ଟ। ମୋ ଦିବଂଗତ ଭଉଣୀ ଗୀତା ମେହଟ୍ଟା ତାଙ୍କୁ ମୋ ଫିଜିକାଲ୍ ଫିଟ୍‌ନେସ୍‌ ପାଇଁ ପଠାଇଥିଲେ।

ଶ୍ରଦ୍ଧା ଙ୍କୁ ଭୁବନେଶ୍ୱରରେ ଏକ ସରକାରୀ ଘର ଦିଆଯାଇଥିବା ନେଇ ଜୟନାରାୟଣ ପ୍ରଶ୍ନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। ଶ୍ରଦ୍ଧାଙ୍କୁ କୌଣସି ସରକାରୀ ଘର ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ସେହିପରି ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ଟ୍ରାଭେଲ ବିଲ୍ ବି ଦିଆଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପ୍ରତିକ୍ରିୟା ଦେଇଛନ୍ତି ଜୟନାରାୟଣ ମିଶ୍ର। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିବୃତି ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି ଭଳି। ଗୀତା ମେହେଟ୍ଟାଙ୍କୁ ଏକଥା ପଚାରିବାକୁ ଆମେ କଣ ସ୍ୱର୍ଗକୁ ଯିବୁ। ଓଡ଼ିଶାରେ କ’ଣ ଫିଜିଓ ଥେରାପିଷ୍ଟ ନାହାନ୍ତି ଯେ ଗୋଆରୁ ଆଣିଛନ୍ତି।ମୁଖ୍ୟମନ୍ତ୍ରୀ ଆମକୁ ଠକିବାକୁ ଚେଷ୍ଟା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କଠାରୁ ବଡ଼ ଜନବିରୋଧୀ ଆଉ କିଏ ଅଛି ବୋଲି ସେ କହିଛନ୍ତି।

Related Posts