ଚିନ୍ତା ବଢ଼ାଉଛି ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା, ଏକ୍ୟୁଆଇ ୪୦୦ ପାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି। ରାଜଧାନୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ଯୋଗୁ ଲୋକଙ୍କ ନିଶ୍ୱାସ ନେବା କଷ୍ଟକର ହୋଇ ପଡୁଛି। ଲଗାତର ତୃତୀୟ ଦିନ ପାଇଁ ଦିଲ୍ଲୀ-ଏନସିଆରର ବାୟୁ ବିଷାକ୍ତ ହୋଇଯାଇଛି। ଏହାର ଗୁଣବତ୍ତା କ୍ରମାଗତ ଭାବେ ଖରାପ ଆଡ଼କୁ ଗତି କରୁଛି। ଏହା ଏବେ ଅତି ଗମ୍ଭୀର ଶ୍ରେଣୀରେ ରହିଛି। ଆଜି ସକାଳୁ ସକାଳୁ ବାୟୁମଣ୍ଡଳ ଧୂଆଁମୟ ହୋଇଥିବା ବେଳେ କୌଣସି ଜିନିଷ ଭଲ ଭାବେ ଦୃଶ୍ୟମାନ ହେଉ ନାହିଁ।

ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ଅନୁଯାୟୀ ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା କ୍ରମଶଃ ଖରାପ ହେବାରେ ଲାଗିଛି । ଶନିବାର ସକାଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୩୧ ରେ ପହଞ୍ଚିଥିବା ବେଳେ ବିମାନବନ୍ଦରରେ ତାହା (T3) କ୍ଷେତ୍ର ୪୫୩ରେ ପହଞ୍ଚିଛି । ଗୁରୁଗ୍ରାମରେ ବାୟୁ ଗୁଣବତ୍ତା ୪୭୮ ଏବଂ ନୋଏଡାରେ ୫୨୯ ରେକର୍ଡ ହୋଇଛି, ଯାହା ‘ଗୁରୁତର’ ବର୍ଗରେ ଯାଉଛି। ଏହି ସମୟରେ, ଏହା ଧୀରପୁର ନିକଟରେ ଏହା ୫୩୪କୁ ଛୁଇଁ ସାରିଛି।

ସୂଚନାଯୋଗ୍ୟ ଯେ ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇ ‘ଭଲ’, ୫୧ ରୁ ୧୦୦ ‘ସନ୍ତୋଷଜନକ’, ୧୦୧ ରୁ ୨୦୦ ‘ମଧ୍ୟମ’, ୨୦୧ରୁ ୩୦୦’ଖରାପ’, ୩୦୧ ରୁ ୪୦୦’ଅଧିକ ଖରାପ’ ଭାବରେ ବିବେଚନା କରାଯାଏ। ଏହାବାଦ ୪୦୧ରୁ ୫୦୦କୁ ‘ଗମ୍ଭୀର’ ପରିସର ମଧ୍ୟରେ ବିବେଚନା କରାଯାଏ। ବାୟୁର ଗୁଣବତ୍ତା ଗମ୍ଭୀର ଶ୍ରେଣୀରେ ପହଞ୍ଚିଲେ ଏହା ସୁସ୍ଥ ଲୋକଙ୍କୁ ପ୍ରଭାବିତ କରିଥାଏ ଏବଂ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ |

ଦିଲ୍ଲୀର ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଦିଲ୍ଲୀ ସରକାର ପକ୍ଷରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ସୋମବାରଠାରୁ ଘରୁ କାମ କରିବାକୁ କୁହାଯାଇଛି। ଘରୋଇ ସଂସ୍ଥାକୁ ମଧ୍ୟ ଏହି ନିୟମ ପାଳନ କରାଯିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ମନ୍ତ୍ରୀ କହିଛନ୍ତି।

ଏଥିସହ ପରିବହନ ସେବାକୁ ମଜଭୁତ କରିବାକୁ ଖୁବ୍‌ ଶୀଘ୍ର ସରକାର ପର୍ଯ୍ୟାବରଣ ବସ୍‌ ସେବା ଆରମ୍ଭ ହେବ । ଯେଉଁଥିରେ ୫ଶହରୁ ଅଧିକ ସିଏନଜି ବସ୍‌କୁ ସାମିଲ କରାଯିବ ବୋଲି ସେ କହିଛନ୍ତି ।

Related Posts