୧୯୯୯ ମସିହାର କାନ୍ଧାର ବିମାନ ଅପହରଣରେ ସାମିଲ ଥିବା ଜାହିଦ ଅଖୁନ୍ଦକୁ କରାଚିରେ ହତ୍ୟା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୧୯୯୯ ମସିହାର କାନ୍ଧାର ବିମାନ ଅପହରଣରେ ସାମିଲ ଥିବା ଜାହିଦ ଅଖୁନ୍ଦକୁ କରାଚିରେ ହତ୍ୟା । ହି ହତ୍ୟାକାଣ୍ଡ ମାର୍ଚ୍ଚ ୧ରେ ଘଟିଥିବା କୁହାଯାଇଛି। ଜାହିଦ ବିମାନ ଅପହରଣ ଘଟଣାରେ ୫ ଅପହରଣକାରୀଙ୍କ ମଧ୍ୟରେ ସାମିଲ୍ ଥିଲା। ନ୍ୟୁଜ୍ ୯ ଲାଇଭ୍ ସୋମବାର ଏହି ସୂଚନା ଦେଇଛି। ଅନ୍ୟପଟେ ମିସ୍ତ୍ରୀ ଅନେକ ବର୍ଷ ଧରି ନକଲି ପରିଚୟ ପତ୍ର ସାହାରାରେ କରାଚିରେ ରହୁଥିଲା। ସେ କରାଚିର ଅଖତର କଲୋନୀରେ ଏକ ଫର୍ଣ୍ଣିଚର ଦୋକାନରେ କାମ କରୁଥିଲା। ଅନେକ ଆତଙ୍କବାଦୀ ତାର ଅନ୍ତିମ ଯାତ୍ରାରେ ସାମିଲ୍ ଥିବା ଜଣା ପଡିଛି। ଜିଓ ଟିଭି ମଧ୍ୟ ଘଟଣା ବିଷୟରେ ସୂଚନା ଦେଇଛି। ପାକିସ୍ତାନୀ ନ୍ୟୁଜ୍ ନେଟଓ୍ଵର୍କର ଜଣେ ନିର୍ମାତା ନାମ ଗୋପନୀୟ ରଖିବା ସର୍ତ୍ତରେ କହିଛନ୍ତି ଆମ ପାଖରେ ମଧ୍ୟ ଅଖୁନ୍ଦର ହତ୍ୟା ହୋଇଥିବା ସୂଚନା ରହିଛି। କିନ୍ତୁ କୌଣସି କାରଣରୁ ଖବର ପ୍ରସାରଣ ନକରିବାକୁ କୁହାଯାଇଛି। ୧୯୯୯ ଡିସେମ୍ବର ୨୪ରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଆଇସି-୮୧୪ ନେପାଳର ରାଜଧାନୀ କାଠମାଣ୍ଡୁରୁ ହାଇଜ୍ୟାକ୍ କରାଯାଇ ଅପହରଣ କରାଯାଇଥିଲା। ଏହି ବିମାନ କାଠାମାଣ୍ଡରୁ ଦିଲ୍ଲୀ ଯାତ୍ରା କରିବାର ଥିଲା।

ମାତ୍ର ଅପହରଣକାରୀ ବିମାନକୁ ଆଫଗାନିସ୍ତାନର କାନ୍ଧାର ନେଇ ଯାଇଥିଲେ। ସେହି ସମୟରେ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଥିଲା। କାନ୍ଧାରରେ ବିମାନ ଅବତରଣ କରିବା ପୂର୍ବରୁ ଅମୃତସର, ଲାହୋର ଏବଂ ଦୁବାଇ ପହଞ୍ଚିଥିଲା। ଗୋଟିଏ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ବନ୍ଧକ ସଙ୍କଟ ଯୋଗୁଁ ମସୁଦ ଅଝର, ଅହମ୍ମଦ ଓମର ସଇଦ ଶେଖ ଏବଂ ମୁସ୍ତାକ ଅହମ୍ମଦ ଜରଗର ପରି ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ସରକାର ବାଧ୍ୟ ହୋଇଥିଲେ। ଏହି ପୂରା ଘଟଣାକ୍ରମରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୦ ଯାତ୍ରୀ ସୁରକ୍ଷିତ ରହିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts