ଅନ୍ତର୍ଜାତୀୟ ବଜାର ଉପରେ ପଡିଲା ୟୁକ୍ରେନ ଓ ଋଷ ଯୁଦ୍ଧର ପ୍ରଭାବ: ଅଶୋଧିତ ତୈଳ ୧୦୦ ଡଲାର ଟପିଲା

ଅନ୍ତର୍ଜାତୀୟ ବଜାର ଉପରେ ପଡିଲା ୟୁକ୍ରେନ ଓ ଋଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଘମାଘୋଟ ଲଢେଇ ର ପ୍ରଭାବ | ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବା ବୋଲି ଆଶଙ୍କା ଥିବା ବେଳେ, ଏହି ଆଶଙ୍କା ଏବେ ସତରେ ପରିଣତ ହୋଇଛି | ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୫ ଡଲାର ଥିବାବେଳେ ଋଷ ରାଷ୍ଟ୍ରପତିଙ୍କ ଯୁଦ୍ଧ ଘୋଷଣା ପରେ ଆଜି ଏହା ୧୦୦ ଡଲାର ଅତିକ୍ରମ କରିଛି । ଯାହା ଗତ ୮ ବର୍ଷ ମଧ୍ୟରେ ସର୍ବାଧିକ ।

ଆଜି ଏସିଆରେ କ୍ରୁଡ ଅଏଲ ୧୦୩.୩୪ ଡଲାର ରହିଛି । ଯାହାକି ୨୦୧୪ ସେପ୍ଟେମ୍ବର ପରଠୁ ସର୍ବାଧିକ ଅଟେ । ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁଁ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୫ରୁ ୨୦ ଟଙ୍କା ଯାଏଁ ବୃଦ୍ଧି ପାଇପାରେ । ଏହାସହିତ ପ୍ରାକୃତିକ ଗ୍ୟାସର ମୂଲ୍ୟ ମଧ୍ୟ ବଢିବ ବୋଲି ଆଶଙ୍କା କରାଯାଉଛି । ଏହାଯୋଗୁଁ ଦେଶରେ ଏଲପିଜି ଏବଂ ସିଏନଜି ମୂଲ୍ୟ ବଢିବାର ସମ୍ଭାବନା ରହିଛି । କହିରଖୁଛୁ କି, ଋଷିଆ ବିଶ୍ବର ଦ୍ବିତୀୟ ବୃହତ୍ତମ ତୈଳ ଉତ୍ପାଦକ ଅଟେ । ତେଣୁ ଆଜି ୟୁକ୍ରେନ ବିରୋଧରେ ଋଷର ଯୁଦ୍ଧ ଘୋଷଣା ପରେ ହଠାତ୍ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି । ସେହିପରି ଆଗାମୀ ଦିନରେ ଦେଶରେ ମୁଦ୍ରାସ୍ଫୀତି ଆହୁରି ବଢିବା ବୋଲି ଆଶଙ୍କା ବ୍ୟକ୍ତ
କରାଯାଇଛି ।

Related Posts