![](https://www.satyapatha.com/wp-content/uploads/2021/12/2f8c8f01-2417-4e9d-9b9b-53d1af4d553a-1024x461-1-e1640497415686-716x292.jpg)
ସତ୍ୟପାଠ 26/12 ଜଗତସିଂହପୁର: କଟକ ପାରାଦୀପ ରାସ୍ତାର ପନ୍ଦର ନମ୍ବର ତେଲଟାଙ୍କି ନିକଟରେ ଅଘଟଣ l କୁହୁଡି ଯୋଗୁ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍ l ତେବେ ସେହି ବସରେ ଥିବା୧୦ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଆଜି ସକାଳ ସମୟରେ ସାଗର ନାମକ ଘରୋଇ ବସ୍ ଯାତ୍ରୀଙ୍କୁ ନେଇ ପାରାଦୀପରୁ କଟକ ଯାଉଥିଲା । ଠିକ୍ ଏହି ସମୟରେ କଟକ ପାରାଦୀପ ରାଜ୍ୟ ରାଜପଥର ତେଲ ଟାଙ୍କି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ଦେବଦୂତ ସାଜିଥିଲେ ସଡ଼କ ସୁରକ୍ଷା ବାହିନୀ । ବସରେ ଥିବା ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ସହ ଆହତ ଯାତ୍ରୀ ମାନଙ୍କୁ କୁଜଙ୍ଗ ମେଡିକାଲ ପଠାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ବସର ହେଲପର ଗୁରୁତର ଥିବା ସୂଚନା ମିଳିଛି l