କଟକ-ପାରାଦୀପ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସତ୍ୟପାଠ 26/12 ଜଗତସିଂହପୁର: କଟକ ପାରାଦୀପ ରାସ୍ତାର ପନ୍ଦର ନମ୍ବର ତେଲଟାଙ୍କି ନିକଟରେ ଅଘଟଣ l କୁହୁଡି ଯୋଗୁ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍ l ତେବେ ସେହି ବସରେ ଥିବା୧୦ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଆଜି ସକାଳ ସମୟରେ ସାଗର ନାମକ ଘରୋଇ ବସ୍‌ ଯାତ୍ରୀଙ୍କୁ ନେଇ ପାରାଦୀପରୁ କଟକ ଯାଉଥିଲା । ଠିକ୍ ଏହି ସମୟରେ କଟକ ପାରାଦୀପ ରାଜ୍ୟ ରାଜପଥର ତେଲ ଟାଙ୍କି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ଦେବଦୂତ ସାଜିଥିଲେ ସଡ଼କ ସୁରକ୍ଷା ବାହିନୀ । ବସରେ ଥିବା ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ସହ ଆହତ ଯାତ୍ରୀ ମାନଙ୍କୁ କୁଜଙ୍ଗ ମେଡିକାଲ ପଠାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ବସର ହେଲପର ଗୁରୁତର ଥିବା ସୂଚନା ମିଳିଛି l

Related Posts