
(ସତ୍ୟ ପାଠ):ଆସନ୍ତା ୩ ମାସ ମଧ୍ୟରେ ଆସି ପାରେ କରୋନାର ତୃତୀୟ ଲହର । ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଭୟଙ୍କର ରହିଥିବା ବେଳେ ତୃତୀୟ ଲହର ଯେଉଁ ଭଳି କିଛି କ୍ଷତି କରିନ ପାରେ ସେଥିପ୍ତି ସଚେତନ ଓ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏବେ ୫୪ ଜିଲ୍ଲାରେ ସଂକ୍ରମଣ ବଢିଛି । ସବୁଠାରୁ ଆଶ୍ୱସ୍ତିକର ଖବର ଯେ, ସେହି ୫୪ ଜିଲ୍ଲା ଭିତରେ ଓଡିଶାର କିଛି ଜିଲ୍ଲା ନାହିଁ । ବର୍ତ୍ତମାନ ସୁଦ୍ଧା ଆମେ ୨ୟ ଲହରରୁ ବାହାରିନାହୁଁ। ଏବେ ବି ୨ୟ ଲହରର ସଂକ୍ରମଣ ଜାରି ରହିଛି। କିଛି ଜିଲ୍ଲାରେ ସଂକ୍ରମଣ ଖସିବାର ନାଁ ଧରୁନି । ଖାସ୍ କରି ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ତିନି ଅଙ୍କରେ ରହୁଛି। ଵିଶେଷଜ୍ଞ କହିବା ଅନୁଯାୟୀ ଏଠାକୁ ଅଧିକ ଲୋକ ଯିବା ଆସିବା କରୁଛନ୍ତି ସେଥିପାଇଁ ଏଠାରେ ସଂକ୍ରମଣ ହାର ଅଧିକ ରହୁଛ
ତେଣୁ ଆଗକୁ ତୃତୀୟ ଲହର ପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଥିବା ବେଳେ ଆଉ ଯାହା ଆବଶ୍ୟକ ସେ କାମ କରାଯାଉଛି। ଭିତ୍ତି ଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟ୍ରେନିଂ ମଧ୍ୟ ଦିଆଯାଉଛି। ସର୍ଭିଲାନ୍ସ ଅଧିକ ଗୁରୁତ୍ବ ଦିଆଯାଇଛି। ଜାତୀୟ ରାଜପଥ କଡ଼ରେ ଥିବା ଜାଗାରେ ସଂକ୍ରମଣ ବଢୁଛି। ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଆସୁଛି । ତାହା ସବୁ ଅଡିଟ ରିପୋର୍ଟ । ସେଥିପାଇଁ ଭୟଭୀତ ହେବାର କିଛି ନାହିଁ। ଆଉ କିଛି ଦିନ ମଧ୍ୟରେ ଅଡିଟ ସରିଯିବ ।