ପାକିସ୍ଥାନର ଡ୍ରୋନ୍‌ ଆଟାକ୍‌ ପରେ ଭାରତର କଡ଼ା ଜବାବ; ସୀମାରେ ହାଇଆଲର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପାକିସ୍ଥାନର ଡ୍ରୋନ୍‌ ଆଟାକ୍‌ ପରେ ଭାରତର କଡ଼ା ଜବାବ । ଭାରତ-ପାକିସ୍ତାନ ବିବାଦର ଅନ୍ତ ଘଟାଇ ଗତକାଲି ୫ଟାରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ତଥାପି, ଅସ୍ତ୍ରବିରତି ଘୋଷଣା ହେବାର ମାତ୍ର ଚାରି ଘଣ୍ଟା ପରେ ପାକିସ୍ତାନ ତାର ପ୍ରକୃତି ଛାଡିନଥିଲା। ପୁଣି ଥରେ ଜମ୍ମୁ ଏବଂ କାଶ୍ମୀରରେ ସୀମାପାର ଗୁଳିବର୍ଷା ଏବଂ ଡ୍ରୋନ ଆକ୍ରମଣ ଆରମ୍ଭ କରିଦେଲା। ଭାରତୀୟ ସେନା ଏହି ଆକ୍ରମଣର ଉପଯୁକ୍ତ ଜବାବ ଦେଇଥିଲା।

ଡ୍ରୋନ୍ ଏବଂ ବିସ୍ଫୋରଣର ଶବ୍ଦ ଶୁଣିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପଞ୍ଜାବର ଅନେକ ଜିଲ୍ଲାରେ ପୁଣି ବିଦ୍ୟୁତ୍ ସଂଯୋଗ ବନ୍ଦ କରିଦିଆଯାଇଥିଲା। ହୋସିଆରପୁର, ଫିରୋଜପୁର, ଫାଜିଲକା, ପଠାନକୋଟ, ପଟିଆଲା, ମୋଗା, କପୁରଥଲା ଏବଂ ମୁକ୍ତସର ଜିଲ୍ଲା ସମେତ ଅନେକ ଜିଲ୍ଲାରେ ବ୍ଲାକଆଉଟ୍ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଏହା ବ୍ୟତୀତ ଗୁଜରାଟ ଏବଂ ରାଜସ୍ଥାନର ଅନେକ ସହରରେ ମଧ୍ୟ ବ୍ଲାକଆଉଟ୍ ଘୋଷଣା କରାଯାଇଥିଲା। ଗୁଜୁରାଟର କଚ୍ଚ୍, ଜାମନଗର, ସାନ୍ତଲପୁର ତାଲୁକା, ପତନ୍ ଏବଂ ବନାସ୍କାନ୍ତରେ ବ୍ଲାକଆଉଟ୍ ଘୋଷଣା କରାଯାଇଥିଲା। ରାଜସ୍ଥାନରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଯୋଧପୁର ଏବଂ ଜୈସଲମେରରେ ବ୍ଲାକଆଉଟ୍ ବ୍ୟବସ୍ଥା ପୁନଃକାର୍ଯ୍ୟକାରୀ କରାଯାଇଥିଲା।

Related Posts