ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଭାରତୀୟ ଦଳର କ୍ରିକେଟର ବିରାଟ କହୋଲିଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଏହା ମଧ୍ୟରେ ତାଙ୍କୁ ବଦନାମ କରିବାକୁ ବି ଷଡ଼ଯନ୍ତ୍ର ଆରମ୍ଭ ହୋଇଗଲାଣି। ଏ ସମ୍ପର୍କରେ ଜର୍ମାନ ମଡେଲ୍ ଲିଜଲାଜ୍ଙ୍କ ଏକ ବିସ୍ଫୋରକ ବୟାନ ଏବେ ଚହଳ ପକାଇଛି। ତେବେ ଲିଜଲାଜ୍ କହିଛନ୍ତି ‘ବିରାଟ କୋହଲିଙ୍କ ସମ୍ପର୍କରେ ଖରାପ କଥା କହିବାକୁ ମୋ ଉପରେ ଚାପ ପ୍ରୟୋଗ କରାଯାଉଛି, ଏପରିକି ଅର୍ଥ ଯଚାଯାଉଛି। କେତେକ ଗଣମାଧ୍ୟମ ଏଭଳି ପ୍ରୟାସ କରିଛନ୍ତି। ମୋତେ କିଛି ସାମ୍ବାଦିକ ଅର୍ଥ ଯାଚି ବିରାଟ କୋହଲିଙ୍କ ଖରାପ କଥା ସବୁ କହିବାକୁ ଉସୁକାଉଛନ୍ତି, ଯାହାକି ସେ କେବେ କରିନାହାନ୍ତି। ମୁଁ ଏସବୁ କାହିଁକି କରିବି ? ବୋଲି ଲିଜଲାଜ୍ ନିଜେ ପ୍ରଶ୍ନ କରିଛନ୍ତି। କୋହଲି ନିଜେ ମଧ୍ୟ ମୋର ଜଣେ ପସନ୍ଦର କ୍ରିକେଟର୍, ତାଙ୍କ ଭାବମୂର୍ତିକୁ ଆଞ୍ଚ ଆଣିବାକୁ ମୋର ତିଳେ ହେଲେ ଆଗ୍ରହ ନାହିଁ। କିଛି ଦିନ ତଳେ କୋହଲି ମୋର ଏକ ସୋସିଆଲ୍ ମିଡିଆ ପୋଷ୍ଟ୍କୁ ‘ଲାଇକ୍’ କରିବା ପରେ ମୁଁ ଭାବବିହ୍ବଳ ହୋଇଯାଇଥିଲି।
ଏବେ ମୋତେ ଦିଆଯାଇଥିବା ପ୍ରତିଟି ଅଫର୍କୁ ମୁଁ ପ୍ରତ୍ୟାଖାନ କରିଦେଇଛି, କାରଣ ମୁଁ କୌଣସି ମିଛ କାହାଣୀକୁ ପ୍ରସାରିତ କରିବାକୁ ଚାହେ ନାହିଁ। ଅର୍ଥ ନେଇ କୌଣସି ମିଛ ଓ ଖରାପ କଥାକୁ କାହିଁକି ପ୍ରଚାର କରିବି ? ମୁଁ ସେଭଳି ବ୍ୟକ୍ତି ନୁହେଁ’ ବୋଲି ଲିଜଲାଜ୍ ପ୍ରକାଶ କରିଛନ୍ତି। ଏଭଳି ବୟାନ ଦେବା ପରେ ଲିଜ୍ଲାଜ୍ ରାୟାଲ୍ ଚ୍ୟାଲେଞ୍ଜ୍ର୍ସ ବେଙ୍ଗାଲୁରୁ (ଆର୍ସିବି)ର ଜର୍ସି ପରିଧାନ କରିଥିବା ଏକାଧିକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ସହ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛନ୍ତି।
