ପିଏସ୍‌ଏଲ୍ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମରେ ଡ୍ରୋନ୍ ମାଡ଼

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପିଏସ୍‌ଏଲ୍ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମରେ ଡ୍ରୋନ୍ ମାଡ଼ । ଆଜି ରାତି ୮ଟାରେ ଷ୍ଟାଡିୟମ୍‌ରେ ମ୍ୟାଚ୍ ହେବାକୁ ଥିଲା। ହେଲେ ଗୁରୁବାର ସେଠାରେ ଡ୍ରୋନ୍ ମାଡ଼ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆଜି ଷ୍ଟାଡିୟମରେ ପିଏସଏଲ ଦଳ ପେଶାୱାର ଜାଲମି ଏବଂ କରାଚୀ କିଙ୍ଗସ ମଧ୍ୟରେ ଏଠାରେ ମ୍ୟାଚ୍ ଖେଳାଯାଇଥାନ୍ତା। ହେଲେ ତା ପୂର୍ବରୁ ଷ୍ଟାଡିୟମ୍‌ରେ ଏହି ଧମାକା ହୋଇଛି। ଏନେଇ ସୋସିଆଲ୍ ମିଡିଆରେ ଷ୍ଟାଡିୟମ୍‌ରେ ଭିିିଡିଓ ଭାଇରାଲ ହେଉଛି ।ଇସଲାମାବାଦ ଭାରତରେ ୧୫ଟି ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବାର କିଛି ଘଣ୍ଟା ପରେ ଏହି ସୂଚନା ମିଳିଛି। ଏବଂ ଏହାର ଜବାବରେ ଭାରତ ଗୁରୁବାର ଦିନ ଲାହୋରରେ ବାୟୁ ପ୍ରତିରକ୍ଷା ରାଡାର ସିଷ୍ଟମକୁ ନଷ୍ଟ କରିଦେଇଛି।ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନାର ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ଭାରତର ଡ୍ରୋନ୍ ଆକ୍ରମଣ ନେଇ ସୂଚନା ଦେଇଥିଲେ।

ସେ କହିଥିଲେ ଯେ ଲାହୋର, ଗୁଜରାନୱାଲା, ଚକୱାଲ, ବାହାୱାଲପୁର, ମିୟାନୋ, କରାଚୀ, ଚୋର, ରାୱଲପିଣ୍ଡି ଏବଂ ଆଟକରେ କିଛି ଡ୍ରୋନକୁ ନିଷ୍କ୍ରିୟ କରାଯାଇଥିଲା।ପାକିସ୍ତାନ ଅନୁଯାୟୀ, ଭାରତର ଜବାବୀ ଆକ୍ରମଣରେ ଲାହୋରରେ ଚାରି ଜଣ ସେନା କର୍ମଚାରୀ ଆହତ ହୋଇଥିବା ବେଳେ ସିନ୍ଧର ମିୟାନୋରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।

Related Posts