ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି କଂଗ୍ରେସ ବିଧାୟକ ଦଳ ନେତା ଏହି ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ପହଲଗାମ୍ ଆକ୍ରମଣ, ଅପରେସନ୍ ସିନ୍ଦୂର ଏବଂ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା ହୋଇଛି । ତେଣୁ ଏଭଳି ଏକ ସମୟରେ ଜନ ପ୍ରତିନିଧିମାନେ ତୁରନ୍ତ ଏକାଠି ହେବା ଦରକାର । ତେବେ ଏହା ପୂର୍ବରୁ ଜାତୀୟ ସ୍ତରରେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସମାନ ଢଙ୍ଗରେ ସଂସଦର ସ୍ୱତନ୍ତ୍ର ଅଧିବେଶନ କରିବାକୁ ଅନୁରୋଧ କରିଥିଲେ ।

Related Posts