ଭାରତ-ପାକିସ୍ତାନ ମଧ୍ୟରେ ଆମେ ମଧ୍ୟସ୍ଥତା କରିବୁନି: ଆମେରିକା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତ ଓ ପାକିସ୍ଥାନ ଯୁଦ୍ଧ ମଧ୍ୟରେ ଆମେରିକାର ବଡ ବୟାନ ସମ୍ନାକୁ ଆସିଛି। ତେବେ ଭାରତ ଓ ପାକିସ୍ତାନ ଯଥା ଶୀଘ୍ର ଉତ୍ତେଜନା କମ କରନ୍ତୁ ବୋଲି ଆମେରିକା ଅପିଲ୍ କରିଛି । ଏହା ସହିତ ଆମେରିକା ପାକିସ୍ତାନର ମଧ୍ୟସ୍ଥତା ଅନୁରୋଧକୁ ମଧ୍ୟ ଅଗ୍ରାହ୍ୟ କରିଛି । ଆମେରିକା ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବ ନାହିଁ ବୋଲି କହିଛି । ହ୍ୱାଇଟ୍ ହାଉସ ପକ୍ଷରୁ ପ୍ରେସ ସଚିବ କ୍ୟାରୋଲିନ ଲେଭିଟ ଏହାର ସୂଚନା ଦେଇଛନ୍ତି ।

ସେପଟେ ଭାରତ-ପାକିସ୍ତାନ ସଂଘର୍ଷରେ ଆମେରିକାର ମଧ୍ୟସ୍ଥତାର ପ୍ରଶ୍ନ ଉପରେ ହ୍ୱାଇଟ୍ ହାଉସର ପ୍ରେସ ସଚିବ କହିଛନ୍ତି, ଏହି ଘଟଣା ଉପରେ ଆମର ବୈଦେଶିକ ମନ୍ତ୍ରୀ ତଥା ଏନଏସଏ ମାର୍କୋ ରୁବିଓ ନଜର ରଖିଛନ୍ତି । ଆମେରିକା ରାଷ୍ଟ୍ରପତି ଯଥା ଶୀଘ୍ର ଉତ୍ତେଜନା କମ ହେଉ ବୋଲି ଚାହୁଁଛନ୍ତି । ରାଷ୍ଟ୍ରପତି ଭଲ ଭାବେ ଜାଣିଛନ୍ତି ଯେ, ଏହି ଦୁଇ ଦେଶ ମଧ୍ୟରେ ଦଶନ୍ଧି ଦଶନ୍ଧି ବର୍ଷ ଧରି ତିକ୍ତ ସଂପର୍କ ରହିଛି । କିନ୍ତୁ ଆମେରିକାର ଦୁଇ ଦେଶ ସହିତ ଉତ୍ତମ ସଂପର୍କ ରହିଛି ବୋଲି କହିଛନ୍ତି ।

Related Posts