ଭିଜିଲାନ୍ସ ହାତରେ ଆଇଆଇସି, ୨୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ପଡିଲେ ଧରା

ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଟକ ଜିଲ୍ଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡ଼ିଆ | ଏକ ମାମଲାର ରଫାଦଫା କରିବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେବା ସମୟରେ ତାଙ୍କୁ ଭିଜିଲାସ ଧରିଛି | ତାଙ୍କ ଠାରୁ ଟଙ୍କା ଜବତ କରିବା ସହିତ ନରସିଂହପୁର ସ୍ଥିତ ତାଙ୍କ ସରକାରୀ ବାସଭବନ ଓ ଯୁଯୁମରା ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି।

ମିଳିଥିବ ସୂଚନା ଅନୁସାରେ, ଆଇଁସିଆ ଗାଁର ନବ କିଶୋର ନାୟକ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଥାନାରେ ମାମଲା ଚାଲିଛି। ଏହି ମାମଲାର ସମାଧାନ ପାଇଁ ନବ କିଶୋରଙ୍କୁ ଆଇଆଇସି ଶ୍ରୀ ଗରଡ଼ିଆ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ନବ କିଶୋର ଏ ସମ୍ପର୍କରେ ଭିଜିଲାନ୍ସକୁ ଖବର ଦେଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ସେ ଆଇଆଇସିଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଆଉ ଏହା ପରେ ୧୫ ଜଣିଆ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା।

Related Posts