ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନବଜାତ ଶିଶୁ ମୃତ୍ୟୁକୁ ନେଇ ଯାଜପୁର ମେଡିକାଲରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଗତକାଲି ଭଣ୍ଡାରିପୋଖରୀ ବ୍ଲକ କୁମ୍ଭାରିଆ ଗାଁର କୈଳାଶ ଚନ୍ଦ୍ର ଓଝାଙ୍କ ପତ୍ନୀ ରଶ୍ମିତା ସୁତାରଙ୍କୁ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା । ଗତକାଲି ସକାଳ ୧୦ଟାରେ ରଶ୍ମିତାଙ୍କ ଅପରେସନ ପରେ ଶିଶୁ ଜନ୍ମ ହୋଇଥିଲା । ଶିଶୁ ଗୁରୁତର ଥିବା କହି କଟକ ସ୍ଥାନାନ୍ତର କରାଯାଇଥିଲା ।

ପରେ ପ୍ରସୂତି ମହିଳାଙ୍କୁ ମଧ୍ୟ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଶିଶୁକୁ ମୃତ୍ୟୁ ଘୋଷଣା ପରେ ଆଜି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମୃତ ଶିଶୁକୁ ଧରି ପରିବାର ଲୋକ ନ୍ୟାୟ ଦାବିରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଉତ୍ୟକ୍ତ ପରିବାର ଲୋକ ମେଡିକାଲ ପରିସରରେ ଭଙ୍ଗା ରୁଜା କରିଥିବା ଦେଖିବାକୁ ମିଳିଛି ।