ସମ୍ବଲପୁରରେ ବେଆଇନ ଭାବେ ପାଉଁଶ ପକାଉଥିବା ୨୩ଟି ଟ୍ରକ ଜବତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମ୍ବଲପୁରରେବେଆଇନ ଭାବରେ ଟ୍ରାନଜିଟ୍ ପରମିଟ୍ ନ ଥାଇ ଫ୍ଲାଏଆସ୍ ପରିବହନ କରୁଥିବା ୨୩ ହାଇଓ୍ବା ଟ୍ରକ୍ ଜବତ ହୋଇଛି। ସମ୍ବଲପୁର ଜିଲ୍ଲା ଥେଲକୁଲି ଥାନା ପୁଲିସ୍ ଗତକାଲି ବିଳମ୍ବିତ ରାତିରେ ଗାଡି ଗୁଡିକୁ ଜବତ କରିଛି। ତେବେ ଥେଲକୁଲି ସରକାରୀ ହାଇସ୍କୁଲ ନିକଟରେ ସେସବୁ ଫ୍ଲାଏଆସ୍ ବୋଝେଇ ଗାଡି ଗୁଡିକ ଅନଲୋଡ୍ କରିବା ସମୟରେ ପୁଲିସ୍ ଦ୍ଵାରା ଧରାପଡିଥିଲେ। ବର୍ତ୍ତମାନ୍ ପୁଲିସ୍ ଏହି ଗାଡି ଗୁଡିକର ମାଲିକ ଏବଂ ଟ୍ରନ୍ସପୋର୍ଟର ସହିତ କେଉଁ ଶିଳ୍ପ ସଂସ୍ଥାର ପାଉଁଶ, ସେ ନେଇ ତଦନ୍ତ ମଧ୍ୟ କରୁଛି।

ଗତ କିଛି ଦିନ ପୂର୍ବରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଏ ନେଇ ପୁଲିସକୁ ଚିଠି ଲେଖି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା। ବିଳମ୍ବିତ ରାତିରେ ପାଉଁଶ ମାଫିଆ ମାନେ ମାରଣାସ୍ତ୍ର ଧରି ବେଆଇନ ପାଉଁଶ ପରିବହନ କରିବା ସହ ମନ ଇଚ୍ଛା ଏଣେତେଣେ ପକାଉଥିବା ଅଭିଯୋଗ ହେଉଥିଲା। ଠେଲକୋଲି ଥାନା ଅଞ୍ଚଳରେ ବ୍ୟାପକ ପରିମାଣରେ ପକାଉଥିଲେ ବେଆଇନ ପାଉଁଶ। ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଛି ସମ୍ବଲପୁର ପୋଲିସ। ଝାରସୁଗୁଡ଼ାରୁ ସମ୍ବଲପୁରରୁ ପ୍ରତିଦିନ ଶହଶହ ଟନ୍ ପାଉଁଶ ରାସ୍ତା କଡ଼ରେ ପକାଉଥିବାବେଳେ ଆଜି ସମସ୍ତ ଟ୍ରକ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

Related Posts