ଆଜିଠୁ ୬୩ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଆରମ୍ଭ

ଆରମ୍ଭ ହେଉଛି ୬୩ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ । ଆଜିଠୁ ଆରମ୍ଭ ହୋଇ ୩ ଦିନ ଧରି ଚାଲିବ ଏହି ସମ୍ମିଳନୀ | ଏହି ସମ୍ୱିଳ୍ଳନୀକୁ ପୋଲିସ ଡିଜି ଅଭୟ ଭର୍ଚୁଆଲରେ ଉଦଘାଟନ କରିବେ । ପ୍ରଥମ ଦିନରେ ମୁଖ୍ୟ ପ୍ରସଙ୍ଗ ରହିବ ରାଜ୍ୟର ଅପରାଧିକ ଚିତ୍ର, ଆଇନ ଶୃଙ୍ଖଳା ସ୍ଥିତି ଓ ମାଓ ଦମନ ।

ଏସବୁ ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା ହେବ । ଦ୍ୱିତୀୟ ଦିନରେ ମହିଳା ବିରୋଧୀ ହିଂସା, ସାଇବର କ୍ରାଇମ ଓ ଡ୍ରଗ୍ସ କାରବାର ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କାର୍ଯ୍ୟକ୍ରମ ରହିଛି । ସେହିପରି ପୋଲିସ ଟ୍ରେନିଂ ଉପରେ ବି ହେବ ଆଲୋଚନା ।

୧୮ ତାରିଖ ଉଦଯାପନୀ ଉତ୍ସବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲିସଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ଦିନିଆ ଆଇପିଏସ୍ ସମ୍ମିଳନୀରେ ସବୁ ଜିଲ୍ଲାର ଏସପି, ଡିସିପି, କମାଣ୍ଡାଣ୍ଟଙ୍କ ସମେତ ଗୁଇନ୍ଦା, ଜେଲ୍‌ ଓ ରେଲୱେ ପୋଲିସ ଅଧିକାରୀ ଯୋଗଦେବେ ।

Related Posts