ଆଜି ମାଘମାସ ଶୁକ୍ଳ ପକ୍ଷ ବସନ୍ତ ପଞ୍ଚମୀ, ଶିକ୍ଷାନୁଷ୍ଠାନରେ ଚାଲିଛି ମା’ ସରସ୍ୱତୀଙ୍କ ପୂଜା

ଆଜି ପବିତ୍ର ମାଘମାସ ଶୁକ୍ଳ ପକ୍ଷ ବସନ୍ତ ପଞ୍ଚମୀ | ଏହି ଅବସରରେ ଧରାପୁଷ୍ଟକୁ ଅବତରଣ କରିଛନ୍ତି ବାଗଦେବୀ ମା’ ସରସ୍ବତୀ । ମା’ ସରସ୍ବତୀଙ୍କୁ ବିଦ୍ୟାଦାୟିନୀ ବୋଲି କୁହାଯାଏ । ଏଥିଲାଗି ମା’ଙ୍କ ଆରାଧନା କରିଥାନ୍ତି ଶିକ୍ଷାର୍ଥି । ଖାଲି ବିଦ୍ୟାଦାୟିନୀ ନୁହେଁ ମା’ଙ୍କୁ ଶାରଦା, ବୀଣାପାଣି, ବାଗଦେବୀ, ଭଗବତୀ ନାଁରେ ମଧ୍ୟ ପୂଜା କରାଯାଏ ।

ସମସ୍ତ ବିଦ୍ୟାପୀଠ ସହ ଘରେଘରେ ମା’ଙ୍କ ପୂଜା କରିଥାନ୍ତି ଶ୍ରଦ୍ଧାଳୁ । ହେଲେ ବର୍ତ୍ତମାନ କୋଭିଡ କଟକଣା ଥିବାରୁ ଚଳିତ ବର୍ଷ ମା’ଙ୍କ ପୂଜା ନିରାଡମ୍ବରରେ ପାଳନ କରାଯାଉଛି । ଅଳ୍ପସଂଖ୍ୟକ ଲୋକଙ୍କ ସହ ହେଉଛି ମା’ଙ୍କ ପୂଜା । ସେପଟେ ଆଜି ବସନ୍ତ ପଞ୍ଚମୀ ଥିବାରୁ ମହାପ୍ରଭୁଙ୍କ ରଥକାଠ ଅନୁକୂଳ ହେବ ।ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥକାଠ ପୂଜାର୍ଚ୍ଚନା କରାଯିବ। ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ୩ ଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ୟ୍ୟାଳୟ ସମ୍ମୁଖରେ ରଖାଯିବ। ପରମ୍ପରା ଅନୁସାରେ ମାଆ ସରସ୍ୱତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ରଥଖଳାରେ ୩ଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ଣଣମାନେ ବନ୍ଦାପନା ସହ ପୂଜା କରିବେ।

Related Posts