ଆଜି ୨୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି, ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ୱୋଧିତ କରିବେ ସୁପ୍ରିମୋ

୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି । ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ବ୍ଲକସ୍ତରରେ ମଧ୍ୟ ବ୍ୟାପକ ଆୟୋଜନ କରାଯାଇଛି । ବ୍ଲକସ୍ତରରେ ଦଳର ସମସ୍ତ ପ୍ରତିନିଧି, ଯୁବ, ଛାତ୍ର, ମହିଳା ଓ କମିଟିର ସମସ୍ତ ସଦସ୍ୟ, ବ୍ଲକ ସଂଯୋଜକ, ଜୋନ୍ ସଂଯୋଜକ ପ୍ରମୁଖ ଉପସ୍ଥିତ ରହିବେ । ଏଥି ସହ ୨୫ ଜଣ ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସମସ୍ତ ସକ୍ରିୟ ସଭ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହେବେ । ପ୍ରତିଷ୍ଠା ଦିବସରେ ଗାଁକୁ ଯିବେ ଦଳର କର୍ମୀ ଓ ନେତା । ସୁଶାସନ ଓ ଜନକଲ୍ୟାଣକାରୀ ଯୋଜନାର ଯେଉଁ ମାଇଲଖୁଣ୍ଟ ରାଜ୍ୟ ସରକାର ସ୍ଥାପନ କରିଛନ୍ତି, ତା’ର ସମୀକ୍ଷା ସହ ନୂଆ ବୈଷୟିକ ଜ୍ଞାନ କୌଶଳରେ ସେବା ପ୍ରଦାନ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ ହେବ ।

୨୫ ବର୍ଷର ଦୀର୍ଘ ଯାତ୍ରା ପଥରେ ଦଳ ଅନେକ ସମୟରେ ଅନେକ ଅସମଞ୍ଜସ୍ୟ ପରିସ୍ଥିତି ସମ୍ମୁଖୀନ ହୋଇଛି। ରାଜନୈତିକ ବାଦବିବାଦ ଓ ବିରୋଧୀଙ୍କ ଘାତ ପ୍ରତିଘାତ ସତ୍ୱେ ବିଜେଡି ରାଜ୍ୟର ଶୀର୍ଷ ଓ ଅପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳରେ ପରିଣତ ହୋଇଛି। ସଂଖ୍ୟାଧିକ ମତଦାତା ବିଜେଡିକୁ ନିରବଚ୍ଛିନ୍ନ ଭାବରେ ସମର୍ଥନ ଦେଇ ଦଳକୁ କ୍ରମାନ୍ୱୟରେ ୫ମଥର କ୍ଷମତାସୀନ କରାଇଛନ୍ତି।

Related Posts