ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ

ଆଜିଠୁ ଭାରତ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ଆରମ୍ଭ । ବକ୍ସିଂ ଡେ’ରେ ମୁହାଁମୁହିଁ ହେବେ ଉଭୟ ଦଳ । ପ୍ରଥମ ଟେଷ୍ଟରୁ କୋହଲି ବାହିନୀ ବିଜୟ ଆଶା ନେଇ ଆଗକୁ ବଢୁଥିବା ବେଳେ, ରାହୁଲ ଦ୍ରାବିଡ଼ଙ୍କ ଅଧିନରେ ପ୍ରଥମ ଥର ଭାରତୀୟ ଦଳ ବିଦେଶରେ ଟେଷ୍ଟ ସିରିଜ୍ ଖେଳିବ ।

ନ୍ୟୁଜିଲାଣ୍ଡକୁ ଘରୋଇ ଗ୍ରାଉଣ୍ଡରେ ହରାଇବା ପରେ ଭାରତୀୟ ଦଳର ମନୋବଳ ଦୃଢ ରହିଛି । ହେଲେ ଦକ୍ଷିଣ ଆଫ୍ରିକାକୁ ସେମାନଙ୍କ ଘରୋଇ ମାଟିରେ ହରାଇବା ଏତେ ସହଜ ହେବ ନାହିଁ ।
ଦକ୍ଷିଣ ଆଫ୍ରିକାର ସିନିଅର ଖେଳାଳି ଅବସର ନେବା ପରେ ସେମାନଙ୍କ ସ୍ଥାନ ପୂରଣ ପାଇଁ ପରୀକ୍ଷା ନିରୀକ୍ଷା ଚାଲିଛି । ବ୍ୟାଟିଂ ବିଭାଗରେ ସମସ୍ୟା ଥିଲେ ମଧ୍ୟ ବୋଲିଂ ବିଭାଗ ସୁଦୃଢ ରହିଛି ।

Related Posts