ମିଶାଇଲ ମାଡ଼ରେ ଉଡ଼ିଲା ୨ଟି ବ୍ରିଜ୍୍ , ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ବାଧା
୧୪ ଜଣଙ୍କର ମୃତ୍ୟୁ, ୭୮ ଆହତ
ତେହେରାନ(ସତ୍ୟପାଠବ୍ୟୁରୋ): ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଜଳି ଉଠିଛି ଯୁଦ୍ଧର ନିଆଁ। ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ। ଉଭୟ ଦେଶ ପରସ୍ପର ବିରୋଧରେ ପୁଣି ଆକ୍ରମଣ ଆରମ୍ଭ କରିଛନ୍ତି। ମଶାଦ ସହରରେ ଦୁଇଟି ସେତୁ ଉଡ଼ାଇ ଦେଇଛି ଆମେରିକା। ଏହା ଇରାନ ପାଇଁ ଏକ ବଡ଼ ଆଘାତ। ମଶାଦ ହେଉଛି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କ ଜନ୍ମସ୍ଥାନ। ସେଠାରେ ତାଙ୍କୁ କବର ଦିଆଯିବ। ତାଙ୍କ ଶବଯାତ୍ରା ସେଠାରେ ପହଞ୍ଚିବାକୁ ଯାଉଥିଲା। ଏହା ପୂର୍ବରୁ ଆମେରିକା ଆକ୍ରମଣ ଆରମ୍ଭ କରିଥିବା ଜଣାପଡ଼ିଛି। ଖାମେନେଇଙ୍କୁ ଅନ୍ତିମ ବିଦାୟ ଦେଉଥିବା ବେଳେ ଏହା ଉପରେ ଆମେରିକା କରିଛି ପ୍ରଚଣ୍ଡ ଆକ୍ରମଣ। ଖାମେନେଇଙ୍କ ପାର୍ଥୀବ ଶରୀର ଯିବା ରାସ୍ତାରେ ପଡୁଥିବା ଦୁଇଟି ବ୍ରିଜ୍ କୁ ଆମେରିକା ଉଡାଇ ଦେଇଛି। ଆମେରିକାର ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି ଓ ୭୮ ଜଣ ଆହତ ହୋଇଛନ୍ତି । ବୁଧବାର ପ୍ରାୟ ୮୦ଟି ସାମରିକ ସ୍ଥଳୀ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା ଆମେରିକା। ଆଇଆରଜିସି ଅଭିଯୋଗ କରିଛି ଯେ, ଆମେରିକା ଦକ୍ଷିଣ ଇରାନର ଅନେକ ଅଞ୍ଚଳକୁ ଟାର୍ଗେଟ କରିବା ସହ ଦେଶର ପୂର୍ବ ଭାଗରେ ଦୁଇଟି ସେତୁକୁ ମଧ୍ୟ ଟାର୍ଗେଟ କରିଛି। ଯାହା ପବିତ୍ର ସହର ମଶାଦକୁ ଯିବା ପାଇଁ ପ୍ରମୁଖ ମାର୍ଗ ଥିଲା। ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ବାଧା ସୃଷ୍ଟି କରିବାକୁ ୱାଶିଂଟନ୍ ଏଭଳି କରିଛି। ଆକ୍ରମଣ ପରେ ଇରାନ ଏକ ବିବୃତ୍ତି ଜାରି କରି କହିଛି ଯେ, ଡୋନାଲ୍ଡ ଟ୍ରମ୍ପ ଖାମେନିଙ୍କ ଅନ୍ତିମ ସଂସ୍କାରକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ତିମ ସଂସ୍କାର ବନ୍ଦ କରିବା ପାଇଁ ଏଭଳି କରାଯାଉଥିବା ଇରାନ ଅଭିଯୋଗ କରିଛି। ଆଇଆରଜିସି କହିଛି ଯେ, ଆମେରିକାର ଏହି ବିଶ୍ଵାସଘାତକତାକୁ ଇରାନର ଜନତା କେବେ ଭୁଲିବେ ନାହିଁ, ବରଂ ଆହୁରି ଶକ୍ତିଶାଳୀ ହେବେ। ଆମେରିକାକୁ କଡ଼ା ଜବାବ ଦିଆଯିବ। ଇସଲାମର ଯୋଦ୍ଧାମାନେ ଆକ୍ରମଣକୁ ଜବାବ ନଦେଇ ଛାଡ଼ିବେନି। ସେପଟେ ଏନେଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡର କହିଛି ଯେ, ଇରାନର ସୈନ୍ୟ କ୍ଷମତା ଏବଂ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜରେ ବିପଦ ସୃଷ୍ଟି କରୁଥିବା କ୍ଷମତାକୁ ଦୁର୍ବଳ କରିବାକୁ ଏହି ଆକ୍ରମଣ କରାଯାଇଛି। ଇରାନୀ ଗଣମାଧ୍ୟମ ସୂଚନା ଅନୁଯାୟୀ, ଗୋଲିସ୍ତାନର ଆକ୍ ତେକେହ ଖାନ ରେଲୱେ ବ୍ରିଜ ଉପରେ ଭୋର ସମୟରେ ଆକ୍ରମଣ କରାଯାଇଥିଲା। ବ୍ରିଜ୍ ଉପରେ ଏକ ଆମେରିକୀୟ କ୍ରୁଜ୍ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା। ତଥାପି, କୌଣସି କ୍ଷତି ହୋଇନାହିଁ। ତେବେ ଦୁଇ ଦେଶ ଏଭଳି ମୁହାଁମୁହିଁ ହେବା ପରେ ହୋର୍ମୁଜ ପ୍ରଣାଳୀ ଉପରେ ବିପଦ ବଢ଼ିଛି। ଏହାଯୋଗୁ ବିଶ୍ୱବ୍ୟାପୀ ପୁଣି ତୈଳ ଓ ଗ୍ୟାସ ସଙ୍କଟ ଘନେଇବା ଆଶଙ୍କା ଉପୁଜିଛି । ଇରାନ ଉପରେ ଆହୁରି ଭୟଙ୍କର ଆକ୍ରମଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି ।