ଆରପାରିରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ନାନାବତୀ

ଆରପାରିରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଗିରିଷ ଠାକୋରଲାଲ ନାନାବତୀ । ଶନିବାର ପୂର୍ବାହ୍ନ ସମୟରେ ଗୁଜୁରାଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ଯୋଗୁଁ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଜଷ୍ଟିସ ନାନବାତୀଙ୍କୁ ୮୬ ବର୍ଷ ହୋଇଥିଲା । ତାଙ୍କ ପରିବାର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଜଷ୍ଟିସ ନାନବାତୀ ନିଜ କ୍ୟାରିୟର ଭିତରେ ୧୯୮୪ ଆଣ୍ଟି ଶିଖ୍ ଦଙ୍ଗା ଏବଂ ୨୦୦୨ ଗୋଧରା ଦଙ୍ଗା ମାମଲାର ଯାଞ୍ଚ କରିଥିଲେ । ଗୋଧରା ଦଙ୍ଗାର ତଦନ୍ତ ପାଇଁ ଗଠିତ କମିଟିର ସେ ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ । ଗୋଧରାରେ ୨୦୦୨ ଫେବୃୟାରୀ ୨୭ ତାରିଖ ଦନ ସାବରମତୀ ଏକ୍ସପ୍ରେସର କିଛି କୋଚରେ ନିଆଁ ଲଗାଇ ଦିଆଯାଇଥିଲା ଏବଂ ଏଥିରେ ୫୯ ଜଣ ପ୍ରାଣ ହରାଇଥିଲେ । ସେ ୧୯୩୫ ମସିହାରେ ବମ୍ବେ ହାଇକୋର୍ଟରୁ ନିଜର ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ । ୧୯୭୯ ଜୁଲାଇ ୧୯ ତାରିଖରେ ତାଙ୍କୁ ଗୁଜୁରାଟ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ପରେ ୧୯୯୩ ଡିସେମ୍ବର ୧୪ରେ ନାନାବତୀଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଥିଲା । ୧୯୯୪ ଜାନୁୟାରୀ ୩୧ ତାରିଖରେ ସେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ସମାନ ବର୍ଷ ସେପ୍ଟେମ୍ବର ୨୮ରେ ସେ କର୍ଣ୍ଣାଟକ ହାଇକୋର୍ଟରେ ନିଯୁକ୍ତ ହୋଇଥିଲେ । ପରେ ୧୯୯୫ ମସିହାରେ ଜଷ୍ଟିସ ନାନାବତୀ ସୁପ୍ରିମକୋର୍ଟର ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ୨୦୦୦ ମସିହା ଫେବୃୟାରୀ ୧୬ ତାରିଖ ଦିନ ଅବସର ଗ୍ରହଣ କରିଥିଲେ ।

Related Posts