ଆସନ୍ତାକାଲିଠୁ ୪ ରାଜ୍ୟର କିଛି ସ୍ଥାନରେ ହେବ ବର୍ଷା | ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଆଇଏମଡି ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏନେଇ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ଜାନୁୟାରୀ ୧୧ରୁ ଦେଶର କେନ୍ଦ୍ରୀୟ ଏବଂ ପୂର୍ବ ଭାଗରେ ପାଣିପାଗ ବିଗିଡିବାର ସମ୍ଭାବନା ରହିଛି ।

ଓଡ଼ିଶାରେ ଜାନୁଆରୀ ୧୧ ଓ ୧୨ ପାଇଁ ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଜାନୁୟାରୀ ୧୧ରେ କୁଆପଥର ମାଡ ସହ ବର୍ଷା ହେବ । ଏମିତି ରାସ୍ତା ଘାଟ ସହ ସଡକ ଓ ରେଳ ଚଳାଚଳରେ ବାଧା ସୃଷ୍ଟି ହେବ । ଏପରିକି ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥାପାଇଁ IMD ଅରେଞ୍ଜ ଆଲର୍ଟ’ ନେଇ ଚେତାବନୀ ଦେଇଛି ।

ସେହିଭଳି ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ଏହି ତିନୋଟି ରାଜ୍ୟ ପାଇଁ ଜାନୁୟାରୀ ୧୧ ରୁ ଜାନୁୟାରୀ ୧୩ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସତର୍କତା ଅନୁଯାୟୀ, ପାଣିପାଗ ଖରାପ ହେବା ସହ ସାଧାରଣ ଜନଜୀବନ ପ୍ରଭାବିତ ହୋଇପାରେ ।

ଦିଲ୍ଲୀରେ ମଧ୍ୟ ବର୍ଷା ବହୁ ପରିମାଣରେ ହ୍ରାସ ପାଇବ । ଜାନୁୟାରୀ ୧୧ରୁ ଜାନୁୟାରୀ ୧୭ ମଧ୍ୟରେ ବର୍ଷା ନହୋଇପାରେ । ସେହିଭଳି ରାଜସ୍ଥାନ, ହରିୟାଣା ଏବଂ ପଞ୍ଜାବ ପଶ୍ଚିମ ହିମାଳୟ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବର୍ଷାର ପରିମାଣ ଜାନୁଆରୀ ୯ରୁ କମିଛି ।