ଆଖି ବୁଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ୍‌

ଅହମଦାବାଦ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ୍‌ ଙ୍କ ଦେହାନ୍ତ । ୯୯ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଜୁନ୍‌ ମାସରେ ୯୯ ବର୍ଷରେ ପାଦ ଦେଇଥିବା ହୀରା ବେନ । ନିକଟରେ ସେ ଅସୁସ୍ଥ ଥିଲେ। ଏନେଇ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହୀରା ବେନ୍‌ ହସ୍ପିଟାଲରେ ଥିବା ଖବର ପ୍ରଚାର ହେବା ପରେ ବିଜେପିର ଗୁଜରାଟ ବିଧାୟକ ଦର୍ଶନବେନ ବାଘେଲା ଓ କୌଶିକ ଜୈନ ସେଠାରେ ପହଞ୍ଚିଥିଲେ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ମା’ ହୀରା ବେନ୍‌ଙ୍କୁ ଭେଟିଥିଲେ। ଏଥିସହ ଉଭୟ ବେଶ କିଛି ସମୟ କ୍ୟାମେରା ଆଗରେ କଥାବର୍ତ୍ତା ହୋଇଥିଲେ। କଥାବାର୍ତ୍ତା ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ସେମାନେ କ’ଣ ହୋଇଥିଲେ, ସେକଥା ଶୁଣା ଯାଇ ନଥିଲା। ଜୁନ୍‌ ମାସରେ ହୀରା ବେନଙ୍କ ୯୯ ବର୍ଷୀୟ ଜନ୍ମ ଦିନରେ ମଧ୍ୟ ମୋଦି ତାଙ୍କ ପାଖକୁ ଯାଇଥିଲେ।

ସୂଚନାଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦିଙ୍କ କାର୍‌ ମହୀଶୂର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କାର୍‌ରେ ପ୍ରହ୍ଲାଦ ମୋଦିଙ୍କ ବ୍ୟତୀତ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ରହିଥିଲେ ।

Related Posts