ଦାରିଙ୍ଗବାଡ଼ି, (ସତ୍ୟପାଠବ୍ୟୁରୋ) : ଶୁକ୍ରବାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ତଥା ବିଶ୍ୱ ହିନ୍ଦୁ ପରିଷଦର ବଳିଦାନ ଦିବସ। ଏଥିପାଇଁ ଜଳେଶପଟ୍ଟା ସଂସ୍କୃତ କନ୍ୟାଶ୍ରମରେ ଚାଲିଛି ଜୋରଦାର ପ୍ରସ୍ତୁତି। ଉତ୍ସବକୁ ଦୃଷ୍ଟିରେ ରଖି କନ୍ୟାଶ୍ରମର ଅନ୍ତେବାସିନୀମାନେ ଆଶ୍ରମ ପରିସରର ସାଜସଜ୍ଜାରେ ଲାଗିଛନ୍ତି। ଆଶ୍ରମରେ କଳସ ପୂଜା, ଗୋପୂଜନ, ଗୁରୁପୂଜନ, ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ଅଭିଷେକ, ସୂର୍ଯ୍ୟପୂଜା ଓ ସ୍ମୃତିସଭା ଆୟୋଜିତ ହେବ । ସେହିପରି ସନ୍ଧ୍ୟାରେ ଜନ୍ମାଷ୍ଟମୀ ପୂଜା କାର୍ଯ୍ୟକ୍ରମ ରହିଛି । ଏହା ସହ ଆସୁଥିବା ଅତିଥି ଓ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପଟେ ଉତ୍ସବକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଜଳେଶପଟ୍ଟା ଆଶ୍ରମ ପରିସରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେ ବୁଲି ସୁରକ୍ଷା ଯାଞ୍ଚ କରିଛନ୍ତି । ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଆଶ୍ରମ ଅଞ୍ଚଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।