ଆକ୍ସନ ମୁଡ଼ ରେ ଆୟକର ବିଭାଗ | ଗୋଟିଏ ପରେ ଗୋଟିଏ କୁବେରଙ୍କ କଳାଟଙ୍କା ଉପରୁ ଉଠୁଛି ପରଦା | ଉତ୍ତରପ୍ରଦେଶ କାନପୁର ଅତର ବ୍ୟବସାୟୀ ପିୟୁଷ ଜୈନଙ୍କ ଘରେ ଆୟକର ବିଭାଗ ଚଢାଉ ପରେ ଏବେ ପୁଷ୍ପରାଜ ଜୈନଙ୍କ ଘରେ ଝାମ୍ପ ମାରିଛି ଆୟକର ବିଭାଗର ଏକ ଟିମ । ସକାଳ ୭ଟାରେ ପୁଷ୍ପରାଜଙ୍କ ଘରେ ପହଞ୍ଚିଛି ଆୟକର ବିଭାଗର ଏକ ଟିମ । ପୁଷ୍ପରାଜଙ୍କ ଘର ଓ ଅଫିସ ସମେତ ୫୦ଟି ସ୍ଥାନରେ ଚଢାଉ କରିଛି । ବର୍ତ୍ତମାନ ରେଡ୍‌ ଜାରି ଥିବା ଜଣାପଡିଛି ।

ପୁଷ୍ପରାଜ ସମାଜବାଦୀ ପାର୍ଟି ଏମଏଲସି ଅଛନ୍ତି । ନଭେମ୍ବର ୯ ତାରିଖରେ ସମାଜବାଦୀ ପାର୍ଟି ଅତର ଲଞ୍ଚ କରିଥିଲେ । ଆଜି ସକାଳୁ ଆୟକର ବିଭାଗର ଏକ ଟିମ ପୁଷ୍ପରାଜଙ୍କ ଘରେ ପହଞ୍ଚିଥିଲା । ତାଙ୍କ ଘର ସମେତ ୫୦ଟି ସ୍ଥାନରେ ରେଡ ଜାରି ରଖିଛି ଆୟକର ବିଭାଗ । ଖାଲି ଉତ୍ତରପ୍ରଦେଶ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଚଢାଉ କରିଛି ଆୟକର ବିଭାଗ । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଏହି ରେଡ ମାରିଛି ଆୟକର ବିଭାଗ ।ଆଜି ସମାଜବାଦୀ ପାର୍ଟି ମୁଖିଆ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ପୁଷ୍ପରାଜ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ଗୋଟିଏ ଦିନ ପୂର୍ବରୁ ଏକ ସାକ୍ଷାତକାରରେ ପୁଷ୍ପରାଜ କହିଥିଲେ ବ୍ୟବସାୟ ବଢିବ ତ ଦେଶ ବଢିବ । ବଭିନ୍ନ ବ୍ୟବସାୟ ପାଇଁ ସରକାର ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବାକୁ ପଡିବ ବୋଲି ଫଳରେ ଦେଶର ଲାଭ ହେବ ବୋଲି କହିଥିଲେ ପୁଷ୍ପରାଜ । ସରକାରଙ୍କୁ ଅତର ଉଦ୍ୟୋଗଙ୍କୁ ଟିକସ ଦେବା ଉପରେ ବିଚାର କରିବାରୁ କହିଥିଲେ ପୁଷ୍ପରାଜ ।ପୁଷ୍ପରାଜଙ୍କ ଛଡା ଆଉ ଜଣେ ଅତର ବ୍ୟବସାୟୀ ମହମ୍ମଦ ୟାକୁବଙ୍କ ଘରେ ମଧ୍ୟ ରେଡ ହୋଇଛି । ଏହାଛଡା ଦୁଇଦିନ ତଳେ କୁବେର ପିୟୂଷ ଜୈନ୍‌ଙ୍କ ଅମାପ କଳା ସମ୍ପତ୍ତି ଉପରେ ରେଡ ମାରିଥିଲେ ଆୟକର ବିଭାଗ । ପିୟୂଷଙ୍କ ଘରୁ ୧୭୭କୋଟି ଟଙ୍କା ନୁହେଁ ୧୦ କୋଟି ଟଙ୍କାର ସୁନା ଓ ୬ କୋଟି ଟଙ୍କା ଚନ୍ଦନ ତେଲ ମଧ୍ୟ ଜବତ ହୋଇଥିଲା । ଯାହା ସମସ୍ତଙ୍କ ହୋସ୍ ଉଡାଇଥିଲା ।